Odiapua.com

କରୋନା ଆତଙ୍କ: ବିଶ୍ୱକୁ ରାସ୍ତା ଦେଖାଇବ ଭାରତ – WHO

ଜେନେଭା: ଭାରତ ପାଖରେ ଅପାର କ୍ଷମତା ରହିଛି। କରୋନାଭାଇରସ୍ ମହାମାରୀକୁ ଦୂର କରିବାରେ ଭାରତର ଅତୁଳନୀୟ କ୍ଷମତା ରହିଛି। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ଭାରତ ଭଳି ଦେଶ କ’ଣ କରାଯାଇପାରିବ ତାହା ବିଶ୍ୱକୁ ବାଟ ଦେଖାଇପାରିବ। କୋଭିଡ – ୧୯ ମହାମାରୀ ଉପରେ ଜେନେଭାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ରିୟାନ୍ ଏପରି କହିଛନ୍ତି। ରିୟାନ୍ କହିଛନ୍ତି ଯେ ଦୁଇ ନିରବ ହତ୍ୟାକାରୀ ସ୍ମଲପକ୍ସ (ବସନ୍ତ) ଏବଂ ପୋଲିଓକୁ ହଟାଇବାରେ ଭାରତ ବିଶ୍ୱକୁ ଆଗେଇ ନେଇଛି। ଜନସାଧାରଣଙ୍କ ସହଯୋଗ ମାଧ୍ୟମରେ ଭାରତ ସ୍ମଲପକ୍ସ ଶେଷକରି ବିଶ୍ୱକୁ ଏକ ମହାନ ଉପହାର ଦେଇଥିଲା। ଭାରତ ପୋଲିଓକୁ ମଧ୍ୟ ବିଲୋପ କରିପାରିଛି ବୋଲି ସେ କହିଛନ୍ତି। ରିୟାନ୍ କହିଛନ୍ତି ଯେ ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଭାରତ ପାଖରେ କରୋନା ଭାଇରସ ମୁକାବିଲା କରିବାର ଅତୁଳନୀୟ କ୍ଷମତା ରହିଛି। /-ଦେବଦତ୍ତ ରଥ