Odiapua.com

କରୋନା ଆକ୍ରାନ୍ତ ହୋଇ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ଡାକ୍ତର ନିର୍ଭୟରେ କରୋନା ରୋଗୀଙ୍କ ସେବା ଜାରି ରଖିଲେ

ମାଲକାନଗିରି,୧୧ା୯ (ଓଡିଆ ପୁଅ ) ଡାକ୍ତରମାନଙ୍କୁ ଦ୍ୱିତୀୟ ଭଗବାନ ଭାବେ ଅଖ୍ୟାଦିଆ ଯାଇଛି , ତାହା ପ୍ରମାଣ କରିଦେଖାଇ ଦେଇଛନ୍ତି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଜଣେ ଡାକ୍ତର, ନିଜେ କରୋନା ଆକ୍ରାନ୍ତ ହୋଇ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ ମଧ୍ୟ ସେ ରୋଗୀ ସେବାରେ କେବେ ଅବହେଳା କରିନାହାଁନ୍ତି । ସେହି କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ଅନ୍ୟ କରୋନା ରୋଗୀ ମାନଙ୍କ ନିକଟକୁ ଯାଇ ସେମାନଙ୍କୁ ଚିକିତ୍ସା କରୁଥିବାର ଜଣାପଡିଛି । ମାଲକାନଗିରି ଜିଲ୍ଲାହସପିଟାଲର ଆଗଧାଡିର କରୋନା ଯୋଦ୍ଧା ବରିଷ୍ଠ ଭେଷେଜ ବିଶେଜ୍ଞ ଡାକ୍ତର ପ୍ରଫୁଲକୁମାର ବେହେରା ଜିଲ୍ଲାହସପିଟାଲରେ ରୋଗୀଙ୍କୁ ଦେଖିବା ସହିତ କୋଭିଡ ହସପିଟାଲର ରେ କରୋନା ରୋଗୀ ମାନଙ୍କ ଚିକିତ୍ସା କରୁଥିବାରୁ ତାଙ୍କର ଗତ୭ତାରିଖରେ କରୋନା ପଜିଟିଭ ବାହାରିଥିଲା । ତାଙ୍କ ସାଥି ଡାକ୍ତର ମାନେ ହୋମ ଆଇସୁଲେସନ ରେ ରହି ଯିବାପାଇଁ ପରାମର୍ଶ ଦେଇଥିଲେ । ସେ ହୋମ ଆଇସୁଲେସନରେ ନ ରହି କୋଭିଡ ହସପିଟାଲକୁ ପଳାଇଥିଲେ । ସେ କହିଥିଲେ ମୁ ଘରେ ଦୀର୍ଘ୧୪ଦିନ ଧରି ହୋମଆଇସୁଲେସନ ରେ ରହିବା ଅପେକ୍ଷା କୋଭିଡ ହସପିଟାଲରେ ରହି ନିଜେ ଚିକିତ୍ସିତ ହେବାସହିତ ଅନ୍ୟ କରୋନା ରୋଗୀ ମାନଙ୍କର ଚିକିତ୍ସା କରି ପାରିବି । ସତକୁ ସତ ସେ କୋଭିଡ ହସପିଟାଲରେ ନିଜେ କରୋନା ଚିକିତ୍ସାରେ ରହିବା ସହିତ ସେଠାରେ ଥିବା ଅନ୍ୟ କରୋନା ରୋଗୀମାନଙ୍କର ସେବା ଓ ଚିକିତ୍ସା କରି ଚାଲିଛନ୍ତି । ଅନ୍ୟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନେ ପିପି କିଟ ବ୍ୟବହାର କରି ରୋଗୀଙ୍କ ନିକଟକୁ ଯାଉଥିବା ବେଳେ ଡା.ବେହେରା ଜଣେ ନିଜେ କରୋନା ଆକ୍ରାନ୍ତ ହୋଇଥିବାରୁ ସିଧିସଳଖ ଭାବେ ରୋଗୀଙ୍କ ନିକଟକୁ ଯାଇ ସେମାନଙ୍କ ସୁବିଧ ଅସୁବିଧା କଥା ବୁଝିବା ସହିତ ସେମାନଙ୍କ ର ଚିକିତ୍ସା କରୁଛନ୍ତି । ନିଜ ଆତ୍ମିୟ ସ୍ୱଜନ ମାନଙ୍କୁ ଦୀର୍ଘଦିନ ହେଲା ଦେଖିପାରୁ ନଥିବା ବେଳେ ଜଣେ ଡାକ୍ତର ନିଜେ କୋରନା ରୋଗୀ ମାନଙ୍କ ନିକଟକୁ ଆସି ଚିକିତ୍ସା ସୁବିଧା ଯୋଗାଇ ଦେଉଥିବାରୁ ଏହା ଦ୍ୱାରା ରୋଗୀ ମାନଙ୍କର ମନୋବଳ ବୃଦ୍ଧିପାଇପାରିଛି । ଡାକ୍ତର ବେହେରା ଙ୍କର ଏହି ସେବା ମନୋବୃତି କୁ ସମଗ୍ର ଜିଲ୍ଲାବାସୀ ପ୍ରଶଂସା କରିଛନ୍ତି । ସେଠାରେ ଚିକିତ୍ସିତ ହେଉଥିବା କରୋନା ରୋଗୀ ମାନେ କୁହନ୍ତି ଆମେ ପ୍ରକୃତରେ ଦ୍ୱିତୀୟ ଭଗବାନ ଦେଖିଲୁ । ଡାକ୍ତର ବେହେରା ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି ବୋଲି ସେ ଜଣେଇଛନ୍ତି ,କରୋନା ରୋଗୀଙ୍କୁ ଚିକିତ୍ସା କଲାବେଳେ ତାଙ୍କ ପାଇଁ ପିପିକିଟର ଆବଶ୍ୟକତା ପଡୁନାହିଁ ।