Odiapua.com

କରୋନା ଆକ୍ରାନ୍ତରେ ନୟାଗଡ଼ର ଜଣେ ସାମ୍ବାଦିକ

ନୟାଗଡ଼, ୧୭ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ରେ କରୋନା କାହାକୁ ଛାଡ଼ିଲାନି। ଶ୍ରମିକ, କର୍ମଚାରୀ, ପୁଲିସ, ନର୍ସ, ଡାକ୍ତର କରୋନା କବଳରେ କବଳିତ ହୋଇଥିବାବେଳେ ଏବେ ପ୍ରଥମ ଥର ପାଇଁ ଜଣେ ନୟାଗଡ଼ର ସାମ୍ବାଦିକଙ୍କୁ କରୋନା ଗ୍ରାସ କରିଛି। ଏହି ସାମ୍ବାଦିକ ଜଣକ ନୟାଗଡ଼ ଜିଲା ଗଣିଆ ବ୍ଳକର ହୋଇଥିବାବେଳେ ସେ ଏକ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟ କରୁଛନ୍ତି। ତାଙ୍କର ବହୁଦିନ ଧରି ଥଣ୍ଡା ଲାଗି ରହିଥିବାବେଳେ ସେ ଇଛାକୃତ ଭାବେ ନିଜର ସ୍ୱାବ ପରୀକ୍ଷା ପାଇଁ ପଠାଇଥିଲେ। ତେବେ ରିପୋର୍ଟ ଆସିବା ପରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜାଣିବାକୁ ପାଇଥିଲେ। ସେ ଚାନ୍ଦପୁର କୋଭିଡ୍ ହସପିଟାଲରେ ଚିକିତ୍ସା ହେଉଥିବା ଜଣାପଡ଼ିଛି।