Odiapua.com

କରୋନାରେ ପିତାଙ୍କ ମୃତ୍ୟୁରେ ମର୍ମାହତ ଝିଅର ଆତ୍ମହତ୍ୟା, ସରକାରୀ ସହାୟତା ଯୋଗାଇଦେବାକୁ ଦାବି

ବଲାଙ୍ଗୀର, ୧୫-୧୧ (ଓଡ଼ିଆ ପୁଅ) ବାପାଙ୍କର ମୃତ୍ୟୁକୁ ସହି ପାରିଲାନି ଝିଅ। ବାପାଙ୍କ ପଛେ ପଛେ ଆରପାରିକୁ ଚାଲିଗଲେ। ପ୍ରଥମେ ବାପାଙ୍କୁ ଥଣ୍ଡା କାଶ ହେଉଥିଲା। ପରୀକ୍ଷା କରିବାରୁ କରୋନା ପଜିଟିଭ୍ ବାହାରିଲା। ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗିର ଜିଲ୍ଲା ଟିକ୍ରାପଡା ଜୟନାରାୟଣ ଶତପଥୀଙ୍କ ଅକାଳ ବିୟୋଗ ହେଲା। ପରେ ଝିଅ ଋତୁପର୍ଣ୍ଣା ବାପାଙ୍କୁ ଝୁରିଝୁରି ଆତ୍ମହତ୍ୟାକୁ ଶେଷ ରାସ୍ତା ଭାବେ ବାଛିନେଲେ। ପଢ଼ା ଘରେ ବେକରେ ଦୌଡି ଲଗାଇ ଆତ୍ମହତ୍ୟା କରି ଦେଲେ ଝିଅ।

ସୂଚନା ଯୋଗ୍ୟ, ଗତ ୧୧ ତାରିଖରେ ଋତୁପର୍ଣ୍ଣା ନିଜ ରୁମରେ ପଢ଼ୁଥିଲେ। ପଢ଼ା ସମୟରେ ବାପାଙ୍କ କଥା ମନେ ପଡିଲା। ତେଣୁ ଆରପାରିରେ ବାପାଙ୍କୁ ଭେଟିବେ ବୋଲି ନିଷ୍ପତ୍ତି ନେଇଥିଲେ। ସଙ୍ଗେ ସଙ୍ଗେ ବେକରେ ଦୌଡି ଲଗାଇ ଆତ୍ମହତ୍ୟା କଲେ। ଦୀର୍ଘ ସମୟ ଧରି ଋତୁପର୍ଣ୍ଣା କବାଟ ନଖୋଲିବାରୁ ବଡ଼ବାପା ଝିଅ ଝିଅ କହି ଡାକିଥିଲେ। ଏହାପରେ ପରିବାର ଲୋକେ କବାଟ ଭାଙ୍ଗି ଦେଖିବାବେଳକୁ ସେତେବେଳେକୁ ଋତୁପର୍ଣ୍ଣ ଏ ଦୁନିଆଁରେ ନଥିଲେ। ଜୟନାରାୟଣ ବଲାଙ୍ଗିର ଗୋଳାବାରୁଦ କାରଖାନାରେ କାର୍ଯ୍ୟ କରୁଥିଲେ। ତାଙ୍କ ଗୋଟିଏ ଛଅ ବର୍ଷର ପୁଅ ଓ ୧୮ ବର୍ଷର ଝିଅ। ଝିଅ ଯୁକ୍ତ ଦୁଇ ପାଠ ସାରିବା ପରେ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତି କରୁଥିଲେ। ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିଲା। ସେହିପରି ମୁରିବାହଲ ଥାନା ଅନ୍ତର୍ଗତ ପତ୍ରପାଲି ଗ୍ରାମର ବିନୋଦ ବାଗ(୫୫)ନାମକ ଜଣେ ବ୍ୟକ୍ତି ଙ୍କ କରୋନା ଯୋଗୁଁ ଚିକିତ୍ସା ଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଗତ ୧୪ ତାରିଖରେ କୁମୁଦିନି ସାହୁ(୨୩) ତାଙ୍କ ପିତା ଙ୍କ ର ସମ୍ବଲପୁର ରେ ସ୍ଥିତ ଏକ ଘରୋଇ ନର୍ସିଂହୋମ ରେ ଗତ ୧୪ ତାରିଖ ରେ ମୃତ୍ୟୁ ଘଟିବା ପରେ ମର୍ମାହତ ହୋଇ ରହୁଥିବା ବେଳେ ରବିବାର ୧୫ ତାରିଖରେ ଅନୁରୂପ ଭାବେ ସାନ ଝିଅ କୁମୁଦିନି ଏକ ଶାଢ଼ୀ ରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ତାଙ୍କ ମାଆ ଓ ଆଉ ଦୁଇଟି ଛୋଟ ପୁଅ ଥିବା ବେଳେ ଉକ୍ତ ପରିବାର କୁ ସରକାରୀ ଭାବେ ପ୍ରତିପୋଷଣ ନିମନ୍ତେ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।