Odiapua.com

କରୋନାରେ ଅନାଥ ଗରିବ ଅସହାୟ ପିଲାଙ୍କୁ ଶିକ୍ଷାଦାନ କରିବ ‘ସର୍ବଫର ପିପୁଲ’ ସ୍ୱେଚ୍ଛାସେବୀ ସଂଗଠନ

ହାଟଡିହି- ୧୫ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) କରୋନା ପରି ଭୟାନକ ମହାମାରୀ ସମଗ୍ର ଦେଶରେ କାୟା ବିସ୍ତାର କରିବା ସହ ନିଜର ଆତ୍ମୀୟ ସ୍ୱଜନ ଓ ପ୍ରୀୟଜନ ମାନଙ୍କୁ ଛଡାଇ ନେଉଛି । ସୁଖଦୁଃଖର ପରିଧି ଭିତରେ ଫୁଲପରି ହସୁଥିବା ଅନେକ ପରିବାର ଆଜି ତାସଘର ଭଳି ଭାଙ୍ଗି ପଡିବା ସହ ପୃଥିବୀରେ ଆତଙ୍କ ଓ ଭୟର କଳାବାଦଲ ଘୋଟେଇ ଦେଇଛି । ଏହିପରି ସ୍ଥିତିରେ କିଛି ଗରିବ ଅସହାୟ ପିଲାମାନେ ନିଜର ବାପା ମାଙ୍କୁ ହରାଇ ଆନାଥ ହୋଇପଡିଥିବାବେଳେ ନିଜର ଭବିଷ୍ୟତ ମଧ୍ୟ ଅନ୍ଧକାରମୟ ହୋଇଯାଇଛି । ଉଚ୍ଚ ଶିକ୍ଷିତ ସହ ବଡହୋଇ ଭଲ ମଣିଷ ହେବା ଏବଂ ସମାଜପାଇଁ କିଛି କରିବାର ଆଶା ସେମାନଙ୍କ ସ୍ୱପ୍ନରେ ରହିଯାଇଛି । ଏହିପରି ଘଡିସନ୍ଧି ମୁହୁର୍ତ୍ତରେ ଶିକ୍ଷାର ମାନବୃଦ୍ଧି କରିବା ସହିତ ଦେଶର ଭବିଷ୍ୟତ ଗଠନ କରି ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ସେହି ଅସହାୟ ଗରିବ ପିଲାମାନଙ୍କ ମନରେ ଉଙ୍କି ମାରୁଥିବା ସ୍ୱପ୍ନକୁ ବାସ୍ତବ ରୁପ ଦେବାପାଇଁ ସର୍ଭଫର ପିପୁଲ ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଆଗେଇ ଆସିଛି । ସର୍ଭଫର ପିପୁଲର ସଦସ୍ୟମାନେ ସାରା ରାଜ୍ୟରେ ଏହିପରି ଅନାଥ ଗରିବ ପିଲାମାନଙ୍କୁ ଠାବକରି ସେମାନଙ୍କୁ ଶିକ୍ଷାଦାନ ସହିତ ସେମାନଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇବା ସହ ରକ୍ଷଣାବେକ୍ଷଣର ଦାୟିତ୍ୱ ନେବାକୁ ସ୍ଥିର କରିଛି । ଯଦି କେହି ସେପରି ଅନାଥ ଗରିବ ପିଲା ଦୃଶ୍ୟ ହୁଅନ୍ତି ତେବେ ୭୫୦୩୧୫୯୨୯୬ କିମ୍ବା ୯୯୩୮୨୭୦୬୮୭ରେ ଯୋଗଯୋଗ କରିବାକୁ ଚନ୍ଦ୍ରମୌଳି ମହାନ୍ତି ନିବେଦନ କରିଛନ୍ତି ।