Odiapua.com

କରୋନାଭାଇରସ୍ ରେ ୨୧ ଚିକିତ୍ସାଧୀନ – ୭୫ ଜଣ ପୃଥକବାସରେ

ଭୁବନେଶ୍ୱର୫ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଆଜି ରାଜ୍ୟ ସୂଚନା ଲୋକ ସଂପର୍କ ସଚିବ ସଂଜୟ ସିଂହ ରାଜ୍ୟରେ କରୋନାଭାଇରସ୍ରେ ସଂକ୍ରମିତ ୨୩ ଜଣ ଥିବା ବେଳେ ଭୁବନେଶ୍ୱରରେ ୧୪ ଜଣ ଓ ଭଦ୍ରକରୁ ୩ ଜଣ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଥିବା ବେଳେ କଟକ, ପୁରୀ, ଯାଜପୁର ଓ କଳାହାଣ୍ଡିରୁ ଜଣେ ଲେଖାଏଁ ଚିକିତ୍ସାଧିନ ଅଛନ୍ତି। ୨ ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏବଂ ୭୫ ଜଣ ପୃଥକବାସରେ ଅଛନ୍ତି ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି। ତେବେ ଏ ପର୍ଯ୍ୟନ୍ତ ୧୬୯୯ ଜଣଙ୍କର ଟେଷ୍ଟ ହୋଇଛି।