Odiapua.com

କରଦା ସେବା ସମବାୟ ସମିତି ପକ୍ଷରୁ ସାଧାରଣ ସଭା ଓ ଋଣ ବିତରଣ କାର୍ଯ୍ୟକ୍ରମ

ଭଦ୍ରକ, ୩୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ କରଦା ସେବା ସମବାୟ ସମିତି ପକ୍ଷରୁ ଏକ ସାଧାରଣ ସଭା ସହ ଋଣ ବିତରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ସଭାରେ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଗଣେଶ ପ୍ରସାଦ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମବାୟ ସମିତିର ଅଧିକାରୀଙ୍କ ସୂଚନା ଅନୁଯାୟୀ, କୃଷକ ମାନଙ୍କୁ ସୁବିଧାରେ ଋଣ ଯୋଗାଇ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ। ଭଦ୍ରକର ଉପ-ସହ ନିବନ୍ଧକ ଶ୍ରୀମତୀ ପ୍ରାଚୀତା ଜେନା, ମଣ୍ଡଳ ଅଧିକାରୀ ସଞ୍ଜୟ କୁମାର ମହାନ୍ତି , ଏରିଆ ଅଫିସର ସୁବ୍ରତ ତ୍ରୀପାଠୀ, ଉପ ସଭାପତି ମଧୁସ୍ମିତା ସାମଲ ଏବଂ ଧାମନଗର ଶାଖା ପରିଚାଳକ ସୁଶାନ୍ତ କୁମାର ପୁହାଣ ।ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କରଦ ସେବା ସମବାୟ ସମିତି ର ସଫଳତା ସମ୍ପର୍କ ରେ କହିଥିଲେ, ସୁଚନା ଥାଉକି ଭଦ୍ରକ ଜିଲ୍ଲାର ୧୦୮ ଟି ସମିତି ମଧ୍ୟରୁ ୬ ଟି ସମିତି ଲାଭାଂଶରୁ କରଦା ସମିତି ପ୍ରଥମ ହୋଇଛି, ଉକ୍ତ ସମିତିରେ ୬୧,୮୮,୮୧୮,୦୦ ଟଙ୍କା ଲାଭଂଶ ହୋଇ ଥିବା ବେଳେ ସମିତି ର ୨୨୮୯ ଜଣ ଚାଷୀ ଙ୍କୁ ୭,୮୫,୬୫୯ ଲାଭାଂଶ ପ୍ରଦାନ କରାଯିବ ବୋଲି ସୂଚନା ଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମିତିର ସହ ସମ୍ପାଦକ ବିକାଶ ମହାପାତ୍ର ସ୍ୱାଗତ ଭାଷଣ ଓ ମଂଚ ଆମନ୍ତ୍ରଣ କରିଥିବା ବେଳେ ସମ୍ପାଦକ ଜ୍ୟୋତି ଶଙ୍କର ଦାସ ସମିତି ର ବିବରଣୀ ପାଠ କରିଥିଲେ। ଏବଂ ସମିତିର ସଭାପତି ଦଶରଥ ଜେନା କାର୍ଯ୍ୟକ୍ରମ ରେ ସଭାପତିତ୍ୱ କରିଥିଲେ।ପ୍ରାରମ୍ଭରେ ପରିଚାଳନା କମିଟି ର ସଦସ୍ୟ,ପୂର୍ବତନ ସଭାପତି ଓ ପ୍ରତିଷ୍ଠାତା ସଦସ୍ୟ ଙ୍କୁ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।