ଭଦ୍ରକ, ୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଉତେଇପୁର ଓ ଡାଣ୍ଡକୂଳ ଠାରେ ଥିବା ଦୁଇଟି ବେଆଇନ କରତକଳ ଉପରେ ଆଜି କଟକ ବନ ବିଭାଗର ଭିଜିଲାନ୍ସ ଟିମ ଏବଂ ଧାମନଗର ବନ ବିଭାଗ ପକ୍ଷରୁ ଚଢଉ କରାଯାଇଛି। ଦୀର୍ଘ ଦିନ ଧରି ବେଆଇନ ଭାବେ ଏହି ଦୁଇ କରତକଳ ଚଳାଇ ଆସୁଥିଲେ। ଆଜି ସକାଳେ ଅଚାନକ କଟକ ବନ ବିଭାଗ ଭିଜିଲାନ୍ସ ଟିମ ପହଂଚି ଚଢଉ କରିଥିଲା। କରତକଳରେ ବ୍ଯବହୃତ ଯନ୍ତ୍ରାଂଶ ସହିତ ବିଭିନ୍ନ କାଠ ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢଉ ରେ କଟକ ଭିଜିଲାନ୍ସ ଟିମ ସହିତ ଧାମନଗର ରେଞ୍ଜର ସୁଷମା ସାହୁ, ବାସୁଦେବପୁର ରେଞ୍ଜର କପିଳ ପ୍ରଧାନ ଓ ଫରେଷ୍ଟର ରାଜକିଶୋର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।