Odiapua.com

କରଣପଲ୍ଲୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ମଧ୍ୟାହ୍ନ ଭୋଜନ ହଡପ ଅଭିଯୋଗ, ଗ୍ରାମବାସୀ-ପ୍ରଧାନ ଶିକ୍ଷକ ମୁହାଁମୁହିଁ

ଭଦ୍ରକ, ୨୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ କରଣପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନକୁ ନେଇ ଗ୍ରାମବାସୀ ଏବଂ ପ୍ରଧାନ ଶିକ୍ଷକ ମୁହାଁ ମୁହିଁ । ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନା କମ ଥିବା ବେଳେ ମଧ୍ୟାହ୍ନ ଭୋଜନରେ କିପରି ୩ଗୁଣା ଉପସ୍ଥାପନ ଦେଖାଇ ଏହି ଅର୍ଥକୁ ନିଜ ପକେଟକୁ ସଂପୃକ୍ତ ପ୍ରଧାନ ଶିକ୍ଷକ ନେଉଛନ୍ତି ତାହାର ବିଦ୍ଧିବଦ୍ଧ ତଦନ୍ତ କରିବାକୁ ଅଭିଭାବକ ଦାବୀ କରିଛନ୍ତି। ପ୍ରାପ୍ତ ଖବର ଏବଂ ଅଭିଯୋଗ ଅନୁଯାଇ ସୋମବାର ଦିନ ବିଦ୍ୟାଳୟକୁ (୧-୫ ଶ୍ରେଣୀ)କୁ ୬୦ଜଣ ଛାତ୍ରଛାତ୍ରୀ ଆସିଥିଲେ ଯାହାକି ପ୍ରାର୍ଥନା ସରିବା ପରେ ଗଣା ଯାଇ ଘୋଷଣା କରାଯାଇଥିଲା। ମାତ୍ର ସେହି ଦିନ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦାମ ମାରାଣ୍ଡି ମଧ୍ୟାହ୍ନ ଭୋଜନରେ ଉପସ୍ଥାପନା ୨୨୦ଜଣ ବୋଲି ଦର୍ଶା ଯାଇଛି ଯାହାକି ଏହି ବିଦ୍ୟାଳୟ ଦାୟିତ୍ୱରେ ଥିବା ସିଆରସିସି ତୀଲୋଚନ ଦାସ ମତ ପୋଷଣ କରିଛନ୍ତି । କୌଣସି ସୂତ୍ରରୁ ଖବର ପାଇ ଗ୍ରାମବାସୀ ମାନେ ଆସି ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କୁ ଛାତ୍ରଙ୍କ ଉପସ୍ଥାପନା ଏବଂ ମଧ୍ୟାହ୍ନ ଭୋଜନ ଉପସ୍ଥାପନା ଦେଖାଇବାକୁ ଅଡି ବସିଥିଲେ ମାତ୍ର ସଂପୃକ୍ତ ପ୍ରଧାନ ଶିକ୍ଷକ କୌଣସି ପରିସ୍ଥିତିରେ ଉପସ୍ଥାପନା ଖାତା ଏବଂ ମଧ୍ୟାହ୍ନ ଭୋଜନ ଖାତା ଦେଖାଇବାକୁ ମନା କରିବା ସହ ସଂପୃକ୍ତ ଅଭିଭାବକୁ ମାନଙ୍କୁ ହାକିମାତି ଦେଖାଇବା ସହ ମିଥ୍ୟା କେସର ଧମକ ମଧ୍ୟ ଦେଇଥିଲେ। ବିଦ୍ୟାଳୟରେ ଉପସ୍ଥିତ ଥିବା ଅନ୍ୟ ଶିକ୍ଷକ ମାନେ କେବଳ ନୀରବଦ୍ରଷ୍ଟା ସାଜିଥିଲେ । ଏପରି ପରିସ୍ଥିତିରେ ଅଭିଭାବକ ମାନେ ସଂପୃକ୍ତ ସିଆରସିସି ଙ୍କୁ ଏହି ବିଷୟରେ ଅଭିଯୋଗ ଆଣିବା ସହ ବ୍ଲକ ଶିକ୍ଷାଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ସେମାନଙ୍କ ଫୋନ ଗ୍ରହଣ କରି ନଥିଲେ। ଅନ୍ୟ ପକ୍ଷରେ ସଂପୃକ୍ତ ସିଆରସିସି ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି ଏବଂ ଠିକ ସମୟରେ (ସୋମବାର ) କରଣପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ପରିସ୍ଥିତିରେ ନାହାନ୍ତି ବୋଲି ଅଭିଭାବକ ମାନଙ୍କୁ କହିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଭିଭାବକ ମାନେ ସଂପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିବା ସହ ତୁରନ୍ତ ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ଏହି ବିଦ୍ୟାଳୟରୁ ଅନ୍ୟତ୍ର ବଦଳି କରା ନଗଲେ ସେମାନେ ବିଦ୍ୟାଳୟ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି। ଏଠାରେ ଉଲ୍ଲେଖଯୋଗୂ ସଂପୃକ୍ତ ପ୍ରଧାନ ଶିକ୍ଷକ ପୂର୍ବରୁ ଏହି ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନା ଅଧିକ ଦେଖାଇଥିଲେ ଏବଂ ଏହି ଘଟଣାକୁ ନେଇ ମଧ୍ୟ ବ୍ଲକ ଶିକ୍ଷାଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବ୍ଲକ ଶିକ୍ଷାଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହାନ୍ତି ଫଳରେ ଭଦ୍ରକ ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରଦୀପ ମାଝୀ, ଜଗନ୍ନାଥ ପରମାଣିକ, ବିଜୟ ମାଝୀ, ବିକାଶ ମଣ୍ଡଳ, ଜଗନ୍ନାଥ ଜେନା,କେଦାର ମହାଳିକ ପ୍ରମୁଖ ଦାବୀରଖିଛନ୍ତି। ଏ ନେଇ ବ୍ଲକ ଶିକ୍ଷାଧିକାରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇ ମୋବାଇଲ ବନ୍ଦ କରି ଦେଇଥିଲେ।