Odiapua.com

କରଞ୍ଜମାଳ କୃର୍ଷ୍ଣଚନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ କରଞ୍ଜମାଳ ପଂଚାୟତରେ ଥିବା କରଞ୍ଜମାଳ କୃର୍ଷ୍ଣଚନ୍ଦ୍ର ଓ ପ୍ରାଥମିକ ବିଦ୍ୟାଳୟ ପରିସରରେ ସ୍ୱର୍ଗତ କୃଷ୍ନଚନ୍ଦ୍ର ଦାସ ବାବାଜୀଙ୍କ ପ୍ରତିମୂର୍ତି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ସମାଜସେବୀ ତଥା ପୂର୍ବତନ ସରପଞ୍ଚ କେଶବ ଚନ୍ଦ୍ର ନାୟକ ଯୋଗ ଦେଇ କରଞ୍ଜମାଳ ପଂଚାତରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢୀକରଣ କରିଥିବା ସ୍ୱର୍ଗତ କୃଷ୍ଣଚନ୍ଦ୍ର ଦାସ ବାବାଜୀଙ୍କ ବିଷୟରେ ବକ୍ତବ୍ୟ ରଖିବା ସହ ଏହି ଅଂଚଳରେ ସେ ପ୍ରାଥମିକ ଶିକ୍ଷା ପାଇଁ ୨ଟି ବିଦ୍ୟାଳୟ ର ପ୍ରାଣ ପତିଷ୍ଠାତା ଭାବେ ଲୋକାଦୃତ ହୋଇ ପାରିଥିଲେ। ଆଜିର ସଭ୍ୟ ସମାଜରେ ବହୁ ଶିକ୍ଷାନୁଷ୍ଠାନ ଗଠି ଉଠିଥିବା ବେଳେ ସେହି ସମୟରେ ଗୋଟିଏ ବିଦ୍ୟାଳୟ ଗଠନ କରି ସେ ସବୁକୁ ପରିଚାଳନା କରିବା କେତେ କଷ୍ଟକର ବ୍ୟାପାର ହେବା ସହ କର ଅବ ମର ପରିସ୍ଥିତିରେ ସେ କିପରି ପ୍ରଶାସନ ସହ ଲଢାଇ କରି ଏହି ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ସେ ବିଷୟରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କରଞ୍ଜମାଳ ପଂଚାୟତର ପୂର୍ବତନ ସରପଂଚ ରମେଶ ଚନ୍ଦ୍ର ନାୟକ ନିଜର ବକ୍ତବ୍ୟ ରଖିଥିଲେ। ଆଜିର ଏକ ଭବ୍ୟ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷଜ ଅଜୟ କୁମାର ନାୟକ ସଭାପତିତ୍ୱ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ବିମଳାନନ୍ଦ ବ୍ରହ୍ମା, ଅଭିମନ୍ୟୁ ମହାଳିକ, ଜ୍ୟୋସ୍ନାରାଣୀ ପାଢୀ, ସୁବାଶ ଚନ୍ଦ୍ର ମଲିକ, ମାନିକ ଲାଲ ଦାସ, ଦେବେନ୍ଦ୍ର ଦାସ, ଜୟିରାମ ଦାସ ପ୍ରମୁଖ ଉପସଯଥିତ ଥିଲେ। ଏଥିସହ ଆଜିର ଏହି କାର୍ଯ୍ୟକ୍ରମକୁ କରଞ୍ଜମାଳ କୃର୍ଷ୍ଣଚନ୍ଦ୍ର ଓ କରଞ୍ଜମାଳ ପ୍ରାଥମିକ ବିଦ୍ୟାଳୟର ସଭାପତି ଗୌରାଙ୍ଗ ମାଝୀ, ରବିନ୍ଦ୍ର ନାୟକ, ପରିଚାଳନା କମିଟିର ସଭ୍ୟ ସଭ୍ୟା ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀା ମାନେ ଯୋଗ ଦେଇଥିଲେ।କରଞମାଳ ପଂଚାୟତବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ଶିକ୍ଷକ ବିମଳାନନ୍ଦ ବ୍ରହ୍ମା ଧନ୍ୟବାଦ ଅର୍ପଣ କରିଥିଲେ।