Odiapua.com

କମ୍ୟୁନିଷ୍ଟ ନେତାଙ୍କ କଳସ ଯାତ୍ରା:କିଏ କହୁଛି ଘର ବାହୁଡ଼ା, କିଏ କହୁଛି ଆଚ୍ଛା ଦିନ!

ଭୁବନେଶ୍ୱର ୧୭-୭ (ଦେବଦତ୍ତ ରଥ) : ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ମାକପା) ନେତା ତଥା ପାର୍ଟିର ମହାସଚିବ ସିତାରାମ ୟେଚୁରୀଙ୍କର ସୋସିଆଲ ମିଡିଆରେ ଦୁଇଟି ଫଟୋ ଖୁବ୍ ଚର୍ଚ୍ଚାର ବିଷୟ ହୋଇଛି।ଫଟୋଟିରେ ସୀତାରାମ ୟେଚୁରୀ ମୁଣ୍ଡ ଉପରେ କଳସ ରଖି ହିନ୍ଦୁ ରୀତିରେ କଳସ ଶୋଭାଯାତ୍ରାରେ ଯାଉଥିବାର ଦେଖା ଯାଉଛନ୍ତି।ଫଟୋଟି ହାଇଦ୍ରାବାଦରେ ଆୟୋଜିତ ‘ବେନାଲୁ’ ନାମକ ଏକ ହିନ୍ଦୁ ଉତ୍ସବ ସମୟର ବୋଲି କୁହାଯାଉଛି।

ଫଟୋ ଦୁଇଟି ଭାଇରାଲ ହେବା ପରେ ଖୁବ୍ ଟ୍ରୋଲର ଶିକାର ହେଉଛନ୍ତି ସୀତାରାମ ୟେଚୁରୀ।ବିଜେପି ସମର୍ଥକ ମାନେ କେହି କେହି ଏହାକୁ ସୀତାରାମ ୟେଚୁରୀଙ୍କ “ଘର ବାହୁଡ଼ା” ବୋଲି କହୁଥିବା ବେଳେ କେହି ଏହାହିଁ “ଆଛା ଦିନ” କହି ସୀତାରାମଙ୍କ ମଜାକ ଉଡ଼ାଉଛନ୍ତି।

ସୀତାରାମ ୟେଚୁରୀଙ୍କର ଏପରି କଳସ ଯାତ୍ରା ଫଟୋକୁ ନେଇ ମଜାକ ଉଡ଼ାଯିବାର କାରଣ ବାମପନ୍ଥୀ ମାନେ ଧର୍ମକୁ ଅଫିମ ବୋଲି କହିଥାଆନ୍ତି।ଏବଂ ସବୁଠାରୁ ବଡ଼କଥା ନିଜେ ସୀତାରାମ ୟେଚୁରୀ ତାଙ୍କ ନାମରେ ସୀତା ଏବଂ ରାମଙ୍କ ନାମ ଯୋଡ଼ି ହୋଇ ରହିଥିବାରୁ ସେ ଦୁଃଖିତ ଏବଂ ତାଙ୍କ ନାମ ରଖିଥିବା ବାପା/ମା’ ଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ।