Odiapua.com

କମିଲା କୋଭିଡ ମାମଲା : ବିଦେଶୀ ପର୍ଯ୍ୟଟକଙ୍କୁ ଭାରତ ଆସିବା ପାଇଁ ରାସ୍ତା ଖୋଲିଲା, ଭାରତ ସରକାରଙ୍କର ମିଲିଲା ଅନୁମତି

ନୂଆ ଦିଲ୍ଲୀ ୧୬ -୧୧ (ଓଡ଼ିଆ ପୁଅ) COVID-19 ମାମଲାରେ ତୀବ୍ର ହ୍ରାସ ପରେ ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କୁ ଦେଶକୁ ପୁନର୍ବାର ପ୍ରବେଶ କରିବାକୁ ଅନୁମତି ଦେବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି।

ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ବିଦେଶୀ ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ କ୍ୟାରେଣ୍ଟିନ୍ ବିନା ଭାରତ ଆସିବାକୁ ଅନୁମତି ଦିଆଯିବ।

ସରକାରଙ୍କ ଏହି ପଦକ୍ଷେପ ଦେଶରେ ମହାମାରୀ ସ୍ଥିତିର ସୁଧାର ହେବାର ୨୦ ମାସ ପରେ ଆସିଛି।

ଯେଉଁ ପର୍ଯ୍ୟଟକଙ୍କର ସମ୍ପୂର୍ଣ୍ଣ ଟୀକାକରଣ ହୋଇଥିବ ସେମାନଙ୍କୁ ଭାରତ ଆସିବାକୁ ବର୍ତ୍ତମାନ ଅନୁମତି ମିଳିଛି। ତେବେ ବ୍ରିଟେନ, ଆମେରିକା, ଇସ୍ରାଏଲ୍, ବ୍ରାଜିଲ, କାନାଡା, ଗ୍ରୀସ୍, କୁଏତ, କଲମ୍ବିଆ, ଋଷ ଏବଂ ଜର୍ମାନୀ ସମେତ ୯୯ ଟି ଦେଶରୁ ପର୍ଯ୍ୟଟକଙ୍କୁ ଭାରତ ଆସିବାକୁ ବର୍ତ୍ତମାନ ଅନୁମତି ଦିଆଯାଇଇଛି। ସେହି ଦେଶଗୁଡ଼ିକୁ ଅନୁମତି ଦିଆଯାଇଛି ଯେଉଁଦେଶଗୁଡ଼ିକ ଭାରତୀୟ ଟୀକାକରଣ ପ୍ରମାଣପତ୍ରକୁ ସ୍ୱୀକୃତି ଦେଇଛନ୍ତି କିମ୍ବା ଟୀକାକରଣ କରିଥିବା ଭାରତୀୟ ଯାତ୍ରୀମାନଙ୍କୁ WHOର ସ୍ୱୀକୃତିକୁ ସ୍ୱୀକାର କରିଛନ୍ତି।

ସରକାର କହିଛନ୍ତି ଯେ, କେବଳ ପର୍ଯ୍ୟଟକମାନେ ଭାରତରେ ପହଞ୍ଚିବା ପରେ ୧୪ ଦିନ ପର୍ଯ୍ୟନ୍ତ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ଆବଶ୍ୟକ।

ଯଦି କୌଣସି ବିଦେଶୀ ପର୍ଯ୍ୟଟକ ଟୀକାକରଣର ମାତ୍ର ଗୋଟିଏ ମାତ୍ରା ନେଇଛନ୍ତି, ତେବେ ତାଙ୍କୁ ବିମାନବନ୍ଦର କିମ୍ବା ଭାରତର ଯେକୌଣସି ପ୍ରବେଶ ପଏଣ୍ଟରେ RT- PCR ଟେଷ୍ଟ କରାଇବାକୁ ପଡିବ ଏବଂ ପଜିଟିଭ୍‌ ରିପୋର୍ଟ ଆସିଲେ ଆରଟିପିସିଆରର ସାତ ଦିନ ନିଜକୁ ଆଇସୋଲେଟ୍‌ କରିବାକୁ ପଡିବ। ପୁନଃ ଅଷ୍ଟମ ଦିନ RT-PCR ଟେଷ୍ଟ ହେବ। ଏହା ପରେ ଯଦି ନେଗେଟିଭ୍‌ ଆସେ ତେବେ ସେ ଦେଶର ଯେକୌଣସି ସ୍ଥାନକୁ ମୁକ୍ତ ଭାବରେ ବୁଲିବାରେ ସକ୍ଷମ ହେବେ।

ଯଦି ଦ୍ୱିତୀୟ ଥର RT- PCR ପରୀକ୍ଷାରେ ପଜିଟିଭ୍‌ ଆସେ, ତେବେ ତାଙ୍କୁ ଆଉ ଆଠ ଦିନ ପାଇଁ ହୋମ୍‌ କ୍ୱାରେଣ୍ଟିନରେ ରହିବାକୁ ପଡିବ।

ଏହାପୂର୍ବରୁ ଭାରତୀୟ କର୍ତ୍ତୃପକ୍ଷ ଚାର୍ଟାର୍ଡ ବିମାନ ମାଧ୍ୟମରେ ବିଦେଶୀ ପର୍ଯ୍ୟଟକଙ୍କୁ ଅନୁମତି ଦେଇଥିଲେ ଏବଂ ୧୪ ଦିନ ପାଇଁ ବାଧ୍ୟତାମୂଳକ ହୋମ୍‌ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡୁଥିଲା, କିନ୍ତୁ ବର୍ତ୍ତମାନ ଏହି ପ୍ରତିବନ୍ଧକକୁ ହ୍ରାସ କରାଯାଇଛି।

ସୂଚନାଯୋଗ୍ୟଯେ, ମାର୍ଚ୍ଚ ୨୦୨୦ ରେ, COVID-୧୯ ମହାମାରୀ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବାରୁ ସରକାର ସମସ୍ତ ବିଦେଶୀ ନାଗରିକଙ୍କ ପାଇଁ ଭିସା ସ୍ଥଗିତ ରଖିଥିଲେ। ଡିସେମ୍ବର ୨୦୨୦ ରେ, ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, କାନାଡା, ମାଲଦ୍ୱୀପ, ୟୁଏଇ, କତାର, ବହାରିନ, ନାଇଜେରିଆ, ଇରାକ, ଆଫଗାନିସ୍ତାନ ଏବଂ ଜାପାନ ଭଳି ୧୯ ଟି ଦେଶ ସହିତ ସରକାର ଏକ ‘ଏୟାର ବବୁଲ’ କିମ୍ବା ‘ଏୟାର କରିଡର’ ଯୋଜନା ଆରମ୍ଭ କରିଥିଲେ। ଯାହା ଫଳରେ ଭାରତର ଫସି ରହିଥିବା ଯାତ୍ରୀମାନେ ନିଜ ଦେଶକୁ ଫେରିଆସିପାରିବେ।

ଭାରତୀୟ କର୍ତ୍ତୃପକ୍ଷ ପ୍ରବାସୀ ଭାରତୀୟ (NRI) ଏବଂ OCI (ଓଭରସିଜ୍ ସିଟିଜେନ୍ସ ଅଫ୍ ଇଣ୍ଡିଆ) କାର୍ଡଧାରୀଙ୍କୁ ଏଠାକୁ ଆସିବାକୁ ଅନୁମତି ଦେଇଥିଲେ।