Odiapua.com

କମାରିଆ ବୀଣାପାଣି ଯୁବ ପରିଷଦ ପକ୍ଷରୁ ଏକ୍ସ ସର୍ଜନ ପ୍ରଦୀପ୍ତ ନାୟକଙ୍କୁ ସମ୍ବର୍ଦ୍ଧନା, ନିଜ କର୍ତବ୍ୟକୁ ଗୁରୁତ୍ୱ ଦେଇଥାନ୍ତି ସାମରିକ ବାହିନୀ : ବିଡିଓ, ଯୁବକମାନେ ଦେଶ ମା’ର ସେବା କରିବାକୁ ଆଗେଇ ଆସିବା ଉଚିତ୍ : ଏକ୍ସ ସର୍ଜନ

??????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୫ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ମଙ୍ଗଳପୁର ପଂଚାୟତ ଅଧୀନ କମାରିଆ ଗ୍ରାମର ୨୦୦୪ ମସିହାରୁ ୨୦୨୪ ମସିହା ପର୍ଯ୍ୟନ୍ତ ଦୀର୍ଘ ୨୦ବର୍ଷ ଧରି ଭାରତୀୟ ବାୟୁସେନାରେ ବିଭିନ୍ନ ପଦବଦବୀରେ ରହି ଶେଷରେ ସର୍ଜନ ଭାବରେ ସ୍ୱେଚ୍ଛାକୃତ ଭାବେ ଅବସର ନେଇ ପ୍ରଦୀପ୍ତ କିଶୋର ନାୟକ ଘରକୁ ଆସିଛନ୍ତି। ଏହି ଅବସରରେ କମାରିଆ ବୀଣାପାଣି ଯୁବ ପରିଷଦ ପକ୍ଷରୁ ଶ୍ରୀ ନାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏଥି ସହିତ କୋହ୍ଲ, ସିନ୍ଦୋଳ ଓ ମଙ୍ଗଳପୁର ପଂଚାୟତର ପୂର୍ବରୁ ଅବସର ନେଇଥିବା ସେନା କର୍ମଚାରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଶିକ୍ଷକ ତଥା କବି କୃପାସିନ୍ଧୁ ମହାନ୍ତିଙ୍କ ପୌରୋହିତ୍ୟରେ କମାରିଆ ସ୍ଥିତ ବିଜୟଶ୍ରୀ କଲ୍ୟାମଣ୍ଡପ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବିଡିଓ ଜ୍ୟୋତିର୍ମୟ କର ଯୋଗ ଦେଇ ସଭାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଥିଲେ ଯେ, ସାମରିକ ବାହିନୀ ନିଜ କର୍ତବ୍ୟକୁ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି। ଏପରିକି ସେମାନଙ୍କ ପାଇଁ ଆମେ ଶାନ୍ତିରେ ବସବାସ କରିପାରୁଛୁ। ମୁଖ୍ୟବକ୍ତା ଭାବେ ପୀରହାଟ ଥାନା ଆଇଆଇସି ଅଜୟ କୁମାର ମୁର୍ମୁ ଯୋଗ ଦେଇ ଅବସରପ୍ରାପ୍ତ ସେନା କର୍ମଚାରୀ ଆଜିର ଯୁବ ସମାଜ ପାଇଁ ଆଦର୍ଶ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ସୁଭଦ୍ରା ଶତପଥି ଯୋଗ ଦେଇ ସୈନିକମାନେ ନିଜ ପରିବାରକୁ ଭୁଲି ଦେଶ ମା’ ପାଇଁ କାମ କରିବା ସମସ୍ତଙ୍କ ପାଇଁ ଉଦାହରଣ ହୋଇଛି।

ଏହି ଅବସରରେ ସେବା ନିବୃତ ବାୟୁସେନା ସର୍ଜେଣ୍ଟ ପ୍ରଦୀପ୍ତ କିଶୋର ନାୟକ ସମ୍ବର୍ଦ୍ଧନାର ପ୍ରତି ଉତରରେ କହିଥିଲେ ଯେ, ଆଜିର ଯୁବ ସମାଜ ଦେଶ ମା’ ପାଇଁ ସୈନ୍ୟ ବାହିନୀରେ ଯୋଗ ଦେଇ କାର୍ଯ୍ୟ କରିବା ଆବଶ୍ୟକ। ଏଥି ସହିତ ପୂର୍ବରୁ ଅବସର ନେଇଥିବା ଭଗବାନ ସାହୁ, କର୍ଣ୍ଣେଲ ଦାମୋଦର କରଣ, ବଳରାମ ମଲ୍ଲିକ, ଇଂ ଅଭୟ କୁମାର ସାହୁ, ଶଙ୍କର୍ଷଣ ସାହୁ, ଅର୍ଜୁନ ନାୟକ, ସଂଜୟ କୁମାର ବଳ, ଅମରେଶ ପଣ୍ଡା ପ୍ରମୁଖ ସାମରିକ ଅଧିକାରୀ, କର୍ମଚାରୀ ଓ ସୈନିକଙ୍କୁ ପରିଷଦ ପକ୍ଷରୁ ମାନପତ୍ର ସହ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସର୍ଜେଂଟ ଶ୍ରୀ ନାୟକଙ୍କ ପିତା ପ୍ରବୋଧ ନାୟକ, ମାତା ବିଜୟା ନାୟକ, ସିଆରପିଏଫ କର୍ମଚାରୀ କୈଳାସ ଦାସ, ପ୍ରତାପ ନାୟକ, ରଂଜିତା ନାୟକ, ଅଳକାନନ୍ଦା ମହାନ୍ତି, ବିଷ୍ଣୁ ଚରଣ ମହାନ୍ତି, ଭରତ ମହାନ୍ତି, ରଂଗାଧର ନାୟକ, ତାପସ କୁମାର ନାୟକ, କବି ମୁକୁନ୍ଦଦେବ ନାୟକ, ରବିନ୍ଦ୍ର ସାହୁ, ରାଜେନ୍ଦ୍ର ସାହୁ, ଲକ୍ଷ୍ମୀଧର ସେନାପତି, ରାଜେନ୍ଦ୍ର ବଳ ପ୍ରମୁଖଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି ସାମରିକ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପଣ୍ଡିତ କାର୍ତିକ ପାଣି ବେଦ ପାଠ କରିଥିବା ବେଳେ ପ୍ରବୀର କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ପରିଷଦର କୁନିକୁନି କଳାକାରମାନେ ବିଭିନ୍ନ ଦେଶାତ୍ମବୋଧକ ସଂଗୀତ ପରିବେଷଣ ସହ ନୃତ୍ୟ ପରିବେଷଣ କରିଥିଲେ। ପ୍ରଥମେ କମାରିଆ ବଜାର ଠାରୁ ସେନା କର୍ମଚାରୀଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ସଭାସ୍ଥଳକୁ ନିଆଯାଇଥିଲା। ପରିଷଦର ସଦସ୍ୟ ଦୟାନିଧି ଦାସ, ପ୍ରସନ୍ନ କୁମାର ସେଠୀ, ବୀରେନ୍ଦ୍ର ସାହୁ, ପୂର୍ଣ୍ଣଚନ୍ଦ୍ର ସେଠୀ, ଓମ୍‌ପ୍ରକାଶ ପଣ୍ଡା, ରବିନ୍ଦ୍ର ପାଣି, ପଦ୍ମନାଭ କାଣ୍ଡି, ମନୋରଂଜନ ମହାଳିକ, ଅକ୍ଷୟ କୁମାର ସାହୁ, ସନ୍ତୋଷ ମହାଳିକ, ଜିତେନ୍ଦ୍ର ସାହୁ, ସ୍ମାରକ ପାଣି, ରାକେଶ ନାୟକ, ଦେବାଶିଷ ମହାନ୍ତି, ରାକେଶ ମୁଦୁଲି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।