ଭଦ୍ରକ, ୩୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରପଦା ନିକଟସ୍ଥ କୁଶୁନନଗର ସ୍ଥିତ କମଳା କିଶୋରୀ ରାଉତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ ‘ଓ’ କାର୍ଯ୍ୟକ୍ରମର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସମାରୋହରେ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ରୂପେ ଭଦ୍ରକର ମାନ୍ୟବର ବିଧାୟକ ସଞ୍ଜିବ କୁମାର ମଲ୍ଲିକ ଯୋଗ ଦେଇ ପିଲାମାନଙ୍କୁ ପୁରସ୍କାର ବିତରଣ କରିବା ସଂଗେ ଓଡିଶା ସରକାରଙ୍କ ଏହି କାର୍ଯ୍ୟକ୍ରମ ଦ୍ୱାରା ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ପ୍ରଦର୍ଶନ କରିବାର ସୁଯୋଗ ସୃଷ୍ଟି କରିଛି ବୋଲି ମତ ରଖିଥିଲେ । ଅନ୍ୟାନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଯୋଗଦେଇଥିଲେ ଭଦ୍ରକ ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ଉର୍ମିଳା ନାୟକ, ସ୍ଥାନୀୟ ଦୈସିଂ ଗ୍ରା.ପ. ସରପଞ୍ଚ ଶୁଚିସ୍ମିତା ଜେନା, ପୂର୍ବତନ ସରପଞ୍ଚ ସୁଦାମ ଚରଣ ପ୍ରଧାନ ପ୍ରମୁଖ । ପ୍ରତିଷ୍ଠାତା ସଦସ୍ୟ ସାଧୁ ଚରଣ ପ୍ରଧାନ, ଜୟରାମ ଜେନା, ମାନଗୋବିନ୍ଦ ପାତ୍ର, ସମାଜସେବୀ ଯୁଧିଷ୍ଠିର ପଣ୍ଡା, ଭୀମଚରଣ ସାମଲ, ଯୁବ ନେତା ନିତ୍ୟାନନ୍ଦ ଦାସ, ସୌମେନ୍ଦ୍ର ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ ପାଠପଢା ସହିତ ନିଜ ଭିତରେ ଥିବା କଳାଗୁଡିକୁ ପ୍ରକାଶ କରିବାର ଏହା ଏକ ମାଧ୍ୟମ ବୋଲି ଦର୍ଶାଇଥିଲେ । ନୋଡାଲ୍ ଅଫିସର ଅଧ୍ୟାପକ ଅଶ୍ୱିନୀ କୁମାର ପୁହାଣ ବିବରଣୀ ପାଠ କରିଥିଲେ । ଅଧ୍ୟାପକ ଘନଶ୍ୟାମ ସାହୁ, ବଙ୍କିମ ଚନ୍ଦ୍ର ନାୟକ, ପ୍ରତିଜ୍ଞା ପଣ୍ଡା, ରମେଶ ଚନ୍ଦ୍ର ନାୟକ, ସୁଦର୍ଶନ ପ୍ରଧାନ, ଭରତ ଜେନା, ସବିତା ଘଡେଇ ସଭା କାର୍ଯ୍ୟଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ପ୍ରତିଜ୍ଞା ପଣ୍ଡା । ଶେଷରେ ପିଲାମାନଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।