Odiapua.com

କମଳାକାନ୍ତ ପାଣିଗ୍ରାହୀଙ୍କ ପ୍ରଥମ ପୁଣ୍ୟତିଥି

ଭଦ୍ରକ, ୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏରଡା ଗ୍ରାମର ଆଧ୍ୟାତ୍ମବାଦୀ ସମାଜସେବୀ କମଳାକାନ୍ତ ପାଣିଗ୍ରାହୀଙ୍କ ପ୍ରଥମ ପୁଣ୍ୟତିଥି ଏରଡାସ୍ଥ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଡ. ଶଶଧର ଦାସ, ତ୍ୟାଗଭୂମି ସଭାପତି ଅଜୟ ନାୟକ, ସୁଧାକର ରାଉତ, କବି ଭରତ ଦାଶ, ଅଧ୍ୟକ୍ଷ ଅମୂଲ୍ୟ ପରିଡା, ବସନ୍ତ ବେହେରା, ଡା. ବିକାଶ ନନ୍ଦ, ଅଭିଜିତ୍ ନାୟକ, ଭକ୍ତରଂଜନ ମିଶ୍ର, ଡ. ଉତ୍ପଳା ନାୟକ, ଡ. ତୁହିନାଂଶୁ ରଥ ପ୍ରମୁଖ ଅତିଥି ରୂପେ ଯୋଗଦେଇ ସ୍ୱର୍ଗତ ପାଣିଗ୍ରାହୀଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଓ ସ୍ମରଣିକା ‘କଥା ଓ କୋହରେ କମଳାକାନ୍ତ’ ଉନ୍ମୋଚନ କରିଥିଲେ । ଏହି ଅବସରରେ ଭଜନ ସମାରୋହ ‘ଭକ୍ତିଅର୍ଘ୍ୟ’ ସଙ୍ଗୀତ ସରଗମ୍‌ର ସରିତା ପଣ୍ଡା ଓ ସାଥିଙ୍କ ଦ୍ୱାରା ପରିବେଶିତ ହୋଇଥିଲା । ପବିତ୍ର ପାଣିଗ୍ରାହୀ, ନିଶିକାନ୍ତ ପାଣିଗ୍ରାହୀ, ଡା. ଦେବବ୍ରତ ପାଣିଗ୍ରାହୀ, ବୀରେନ୍ଦ୍ର ପଣ୍ଡା ଓ ସୌମ୍ୟଶ୍ରୀ ପାଣିଗ୍ରାହୀ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।