Odiapua.com

କବୀ ପାର୍ବତୀ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସମ୍ପନ୍ନ, ସ୍ମୃତି ଆଲେଖ୍ୟ ‘ପ୍ରଣମ୍ୟା ପାର୍ବତୀ’ ଲୋକାର୍ପିତ

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୋଟେଲ ଛକ ନିକଟସ୍ଥ “ପାନ୍ଥ ନିବାସ” ଠାରେ ୰ କବୀ ପାର୍ବତୀ ବିଶ୍ୱାଳଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ସମ୍ପନ୍ନ ହୋଇ ଯାଇଛି । ମୁଖ୍ୟ ଅତିଥି ଭାବେ ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନପୂର୍ବକ ଉକ୍ତ ଶ୍ରାଦ୍ଧ ଉତ୍ସବଟିକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଓଡିଶାର ଲବ୍ଧପ୍ରତିଷ୍ଠିତ କବି ହରପ୍ରସାଦ ଦାସ ୰ ପାର୍ବତୀ ବିଶ୍ୱାଳ ସାଧାରଣ ଭାବେ ଅସାଧାରଣ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନିତ ବକ୍ତା ଭାବେ ଯୋଗଦାନ କରି ସାହିତ୍ୟିକା, ସମ୍ପାଦିକା ତଥା ପ୍ରଯୋଜିକା ଇତି ସାମନ୍ତ ୰ ପାର୍ବତୀ ବିଶ୍ୱାଳ ଜଣେ ସଚେତନ ସର୍ଜନଶୀଳ ମଣିଷ ଥିଲେ ବୋଲି କହିଥିଲେ । ବରେଣ୍ୟ ଅତିଥି ଭାବେ ଯୋଗଦାନ କରି ବିଧାୟକ ପ୍ରଫୁଲ୍ଲ ସାମଲ କବି କେବେ ମରେ ନାହିଁ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ବିଧାୟକ ସଂଜୀବ କୁମାର ମଲ୍ଲିକ ଯୋଗଦାନ କରି ୰ ପାର୍ବତୀ ବିଶ୍ୱାଳଙ୍କ ସ୍ମୃତିଚାରଣ କରିଥିଲେ । ବିଜୁ ଜନତା ଦଳର ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ପୂର୍ବତନ ବିଧାୟକ ମୁକ୍ତକାନ୍ତ ମଣ୍ଡଳ, ବିଦ୍ୟୁତଲତା ନାୟକ, ଅଜୟ ଅଗ୍ରୱାଲ ଅତିଥି ରୂପେ ଯୋଗଦାନ କରି ସ୍ମୃତିଅର୍ଘ୍ୟ ପ୍ରଦାନ କରିଥିଲେ ।

ବେଦ ପୀୟୁସର ପ୍ରତିଷ୍ଠାତା ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଏବଂ ଅମୃତ ଦର୍ଶନର ସମ୍ପାଦକ ଅନ୍ୟତମ ବକ୍ତା ଭାବେ ଯୋଗଦାନ କରି ୰ ପାର୍ବତୀ ବିଶ୍ୱାଳଙ୍କର ସ୍ମୃତିଚାରଣ କରିଥିଲେ । ଏହି ପରିପ୍ରେକ୍ଷୀରେ ୰ ପାର୍ବତୀ ବିଶ୍ୱାଳଙ୍କ ସ୍ମୃତି ଆଲେଖ୍ୟ “ପ୍ରଣମ୍ୟା ପାର୍ବତୀ” ଏବଂ ୰ ବିଶ୍ୱାଳଙ୍କର ଅପ୍ରକାଶିତ କବିତା ପୁସ୍ତକ “ନୀରବତାର ସ୍ୱର” ଲୋକାର୍ପିତ ହୋଇଥିଲା । ୰ ବିଶ୍ୱାଳଙ୍କ ସ୍ମୃତି ଉଦ୍ଦେଶ୍ୟରେ ବିଭିନ୍ନ ପ୍ରତିଯୋଗିତା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ନାଟ୍ୟଶ୍ରୀ ନିର୍ମଳ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । କବି ରତିକାନ୍ତ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ପ୍ରୀତିରଞ୍ଜନ ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଅତିସ କୁମାର ବେହେରା ମଞ୍ଚ ପରିଚାଳନା କରିଥିଲେ ଓ ବୈକୁଣ୍ଠ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଡଃ ରାଧାରାଣୀ ମହାପାତ୍ର ପୌରୋହିତ୍ୟ କରିଥିଲେ । ବାବୁଲାଲ ଦାସ, ବିଜୟ କୁମାର ବହଳୀ, ପ୍ରୀତିଲତା ପଣ୍ଡା, ଶରତ ନାୟକ, ଖଗେଶ୍ୱର ଜେନା, ପ୍ରଭାତ ନଳିନୀ ମହାପାତ୍ର ଓ ସ୍ମୃତି ସଂସଦର ସମସ୍ତ ସଭ୍ୟ/ସଭ୍ୟା ସହଯୋଗ କରିଥିଲେ । ଭଦ୍ରକର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ ମାନେ ଉପସ୍ଥିତ ରହି ଶ୍ରାଦ୍ଧୋତ୍ସବଟିକୁ ସାଫଲ୍ୟମଣ୍ଡିତ କରାଇଥିଲେ । ସଭା ଆରମ୍ଭ ପୂର୍ବରୁ ପ୍ରଭାତ ଜେନାଙ୍କ ବାସସ୍ଥାନ ଜଗନ୍ନାଥପୁର ପାର୍ବତୀ ନିଳୟ ଠାରେ ୰ ବିଶ୍ୱାଳଙ୍କର ପ୍ରତିମୂର୍ତ୍ତୀ ମଧ୍ୟ ଅନାବରଣ କରାଯାଇଥିଲା ।