Odiapua.com

କବି ହୃଦୟର ଉଚ୍ଛ୍ୱାସ ନୀରବତାର ସ୍ୱରଲିପି, ଦମୟନ୍ତୀ ରାଉତଙ୍କ ପୁସ୍ତକ ‘ଭାବଭକ୍ତି’ ଲୋକାର୍ପିତ

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ଆମ ମାତୃଭାଷା ପରିଷଦ ଓ ଚନ୍ଦ୍ରଶେଖର ରାଉତ ଟ୍ରଷ୍ଟ ଆନୁକୂଲ୍ୟରେ, ସଂସ୍କୃତି ଭବନରେ ଶ୍ରୀମତୀ ଦମୟନ୍ତୀ ରାଉତଙ୍କ ଆଧ୍ୟାତ୍ମିକ ପୁସ୍ତକ ‘ଭାବଭକ୍ତିର’ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସଦସ୍ୟ ଇଂ. ଅଭୟ ସୂତାରଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ବିଶିଷ୍ଟ ଅତିଥି ଭଦ୍ରକ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ, ମୁଖ୍ୟବକ୍ତା ସଂସ୍କୃତି ସଂଯୋଜକ ପଣ୍ଡିତ ଦୈତାରୀ ମହାପାତ୍ର, ସମ୍ମାନୀତ ଅତିଥି ଅଧ୍ୟାପକ ନୀହାର ରଂଜନ କର, ଅତିଥି ସ୍ୱରାଜ ବାର୍ତ୍ତା ସମ୍ପାଦକ ତଥା ସାମ୍ବାଦିକ ରବିବାରାୟଣ ଖିଲାର, ସରସ୍ୱତୀ ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ଭାଗବତ ମହାଳିକ, ଶିଶୁ ସାହିତ୍ୟିକ ଶଶିକାନ୍ତ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ । କବି ହୃଦୟର ଉଚ୍ଛ୍ୱାସ ନୀରବତାର ସ୍ୱରଲିପି, ଜୀବନର ଦୁଃଖ ସୁଖ ମଧ୍ୟରେ ସାହିତ୍ୟର ଲେଖନୀ କବି ବା ଲେଖକ ହୃଦୟର ବିପ୍ଲବର କୋହ, ପ୍ରେମପ୍ରୀତି ଭରା ଆଶ୍ୱାସନା ଯାଦୁକରୀ ଶବ୍ଦରେ ପ୍ରକାଶ କରିଥାଏ । ଉକ୍ତ ପୁସ୍ତକରେ କବି ମଧ୍ୟ ତାହାହିଁ ପରିପ୍ରକାଶ କରି ପିତା, ମାତା, ଗୁରୁ ଓ ପ୍ରଭୁଙ୍କ ପ୍ରତି ଶରଣାଗ୍ରତ ହୋଇଛନ୍ତି । ଉକ୍ତ ଉତ୍ସବରେ ମଂଚ ଆହ୍ୱାନ କରିଥିଲେ କବୟିତ୍ରୀ ମମତାରାଣୀ ଦାଶ, ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ଡାକ୍ତର ଅନିଲ କୁମାର ଦାଶ୍‌, ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ଶୀକ୍ଷୟିତ୍ରୀ ଜାନକୀ ପାଢ଼ୀ ଓ ଦୀପ୍ତିମୟୀ ସାହୁ, ମଂଚ ପରିଚାଳନା କରିଥିଲେ ଯଶୋବନ୍ତ ରାଉତ, ଦ୍ୱୀତି କୃଷ୍ଣ ରାଉତ, ଜିଜ୍ଞାସା ରାଉତ, ସ୍ୱୟଂପ୍ରଭା ଦାସ, ବିଶ୍ୱଜିତ୍ ଦାସ । ଶଶିକଳା ମିଶ୍ର ଭଜନ ପରିବେଷଣ କରିଥିଲେ, ଶେଷରେ ରତିକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।