Odiapua.com

କବି ଶରତ ନାୟକଙ୍କ କବିତା ପୁସ୍ତକ “ଏକାନ୍ତରେ ବର୍ଷା” ଲୋକାର୍ପିତ

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସଂସ୍କୃତି ଭବନଠାରେ ଭଦ୍ରକ ସାହିଦ୍ୟ ପରିଷଦ ଆନୁକୂଲ୍ୟରେ ନୂତନ ବର୍ଷକୁ ସ୍ୱାଗତ କରିବା ସହିତ କବି ଶରତ ନାୟକଙ୍କ କବିତା ପୁସ୍ତକ “ଏକାନ୍ତରେ ବର୍ଷା”ଲୋକାର୍ପିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଅଧ୍ୟାପିକା ଝରଣା ପଟ୍ଟନାୟକ ଯୋଗଦାନ କରି କବିତା ପ୍ରକୃତିକୁ ତ୍ୟାଗ କରିପାରେନା ବୋଲି କହିଥିଲେ। ମୁଖ୍ୟବକ୍ତାଭାବେ ଯୋଗଦାନକରି ଡ. ଶଶଧର ଦାସ ଗଭୀର ଅନୁଭବ ଓ ଅନୁଭୂତି କବି ଶରତ ନାୟକଙ୍କ କବିତାର ଭିତ୍ତିଭୂମି ବୋଲି ମତବ୍ୟକ୍ତ କରିଥିଲେ। ସମୀକ୍ଷକଭାବେ ଡ. ପ୍ରମୋଦ କୁମାର ନାୟକ ଯୋଗଦାନ କରି କବି ଶରତ ନାୟକଙ୍କ ପୁସ୍ତକ ଏକାନ୍ତରେ ବର୍ଷା ବିଭିନ୍ନ ଭାବର ଏକ ବଳିଷ୍ଠ ପ୍ରତିଫଳନ ବୋଲି କହିଥିଲେ। ସମ୍ମାନିତ ବକ୍ତାଭାବେ ବିଜୟ କୁମାର ବହଳୀ ଯୋଗଦାନ କରି କବିତା ଉପରେ ମତ ରଖିଥିଲେ। ଡ. ରାଧାରାଣୀ ମହାପାତ୍ର ପୌରୋହିତ୍ୟ କରି ପାଠକମାନେ ଶ୍ରୀ ନାୟକଙ୍କ କବିତାର ଶ୍ରେଷ୍ଠ ବିଚାରକ ହେବେ ବୋଲି କହିଥିଲେ। ରତିକାନ୍ତ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଖଗେଶ୍ୱର ଜେନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପ୍ରଥମ ଅଧିବେଶନରେ କବିତା ପାଠ ସମ୍ପାଦିତ ହୋଇଥିଲା।

ମୁଖ୍ୟ ଅତିଥିଭାବେ ଡ. ଗୋଲକ ବିହାରୀ ସାହୁ କବିତା ପର୍ବକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟବକ୍ତାଭାବେ ଡ. ଅବନୀ ପ୍ରଧାନ ଓ ସମ୍ମାନିତବକ୍ତା ଭାବେ ଗୀତାରାଣୀ ଆଇଚ ଯୋଗଦାନ କରିଥିଲେ। ଡ. ପ୍ରଭାତ ନଳିନୀ ମହାପାତ୍ର ପୌରୋହିତ୍ୟ କରିଥିଲେ। ଉଷାରାଣୀ ଜେନା, ଦିପ୍ତୀମୟୀ ସାହୁ କବିତା ଗୁଡିକୁ ସଂଯୋଜନା କରିଥିଲେ। ରଜନୀ ମହାନ୍ତି ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ କରିଥିବା ବେଳେ ପ୍ରଭାତ କୁମାର ବାରିକ ବେଦପାଠ କରିଥିଲେ ଓ ସୁଶ୍ରୀମନୀଷା ଜେନା, ସନାତନ ଦାସ, ସୁକାନ୍ତ କୁମାର ବେହେରା, ଅରୂପାନନ୍ଦ ନାୟକ ସଭା ପରିଚାଳନା ସହଯୋଗ କରିଥିଲେ। ଦମୟନ୍ତୀ ନାଥ ଧନ୍ୟବାଦ ଅର୍ପଣ କରିଥିଲେ। କବି ବିପ୍ଳବ ହୋତା, ପ୍ରୀତିଲତା ପଣ୍ଡା, ବସନ୍ତ ମିଶ୍ର, ଅଜୟ ଦର୍ଶନ ନାୟକ, ମନୋରମା ଆଚାର୍ଯ୍ୟ, ସାନ୍ତନୁ କୁମାର ରାଉତ, ଅଶୋକ ଦାସ, ଗୌରାଙ୍ଗ ବାରିକ, କିଶୋର ଧଳ, ଗୌରାଙ୍ଗ ନାଥ, ଅକ୍ଷୟ ଯେନା, ପ୍ରଭାତ କୁମାର ଜେନା ଓ ଅକ୍ଷୟ କୁମାର ଜେନା, ଗୋପିନାଥ ପୁହାଣ, ସୋମନାଥ ଓଝା ପ୍ରମୁଖ କବି ଓ କବୀ ସ୍ୱରଚିତ କବିତା ପାଠ କରିଥିଲେ। ଡ. ଦୁର୍ଯ୍ୟୋଧନ ଦାସ, ରଜନୀକାନ୍ତ ମହାନ୍ତି, ଘନଶ୍ୟାମ ଲେଙ୍କା, ଡ. ସୁକାନ୍ତୀ ମହାପାତ୍ର, ବୈକୁଣ୍ଠ ବିଶ୍ୱାଳ, ସଂଯୁକ୍ତା ବଳ, ନିତ୍ୟାନନ୍ଦ ମିଶ୍ର, ଗୌତମ ମହାରଣା, ଅରୁଣ ଖିଲାର, ମୋହନ ଖିଲାର ପ୍ରମୁଖ ଉପସ୍ଥିତ ରହି ସାହିତ୍ୟ ସଭାଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।