Odiapua.com

କବି ବସନ୍ତ ମୁଦୁଲି ଶ୍ରାଦ୍ଧୋତ୍ସବ

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ଚିଙ୍ଗୁଡିପୁର ବସନ୍ତ ମୁଦୁଲି ପାଠାଗାର ସମ୍ମିଳନୀ କକ୍ଷରେ କବି ବସନ୍ତ ମୁଦୁଲି ଶ୍ରାଦ୍ଧୋତ୍ସବ ଆଜି ସ୍ମୃତିସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । କଥାକାର ପବିତ୍ର ପାଣିଗ୍ରାହୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ôସବରେ ସ୍ୱର୍ଗତ କବିଙ୍କ ଅମ୍ଳାନ ସ୍ମୃତିକୁ ସ୍ମରଣ କରି ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ କବି କିଶୋର ପାଣିଗ୍ରାହୀ, ପ୍ରଫୁଲ୍ଲ ନାୟକ, ବିନୋଦ ମହାରଣା, ବିଜୟ କୁମାର ଖିଲାର, ପାର୍ଥସାରଥି ମୁଦୁଲି, ଜୀବନ କୁମାର ପଣ୍ଡା, ସରପଞ୍ଚ ଅମୂଲ୍ୟ କୁମାର ନାୟକ, ବିଜୟ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାରି ଦଶନ୍ଧି ପୂର୍ବେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସ୍ୱର୍ଗତ କବି ବସନ୍ତ ମୁଦୁଲିଙ୍କ ଅକାଳ ବିୟୋଗ ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି ହୋଇ ରହିବ । ସ୍ୱଳ୍ପ କାଳ ମଧ୍ୟରେ ସ୍ୱର୍ଗତ କବିଙ୍କ କବିତାର ତେଜୋଦୀପ୍ତ ବିଦ୍ରୋହର ସ୍ୱର ସମସାମୟିକ କବି ଓ ଉତ୍ତରପିଢି ପାଇଁ ପ୍ରେରଣାର ଉତ୍ôସ ହୋଇ ରହିବ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ । ସଂସଦର ଆବାହକ ଅରୁଣ ଖିଲାର ସ୍ୱାଗତ ଭାଷଣ ଓ ଅବିନାଶ ଖିଲାର ଧନ୍ୟବାଦ ଦେଇଥିଲେ । ଅମିତାଭ ଖିଲାର, ଅଭିଷେକ ଖିଲାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।