Odiapua.com

କବିତା ମଞ୍ଜରୀ ସନ୍ୟାସୀ ବିଶ୍ୱାଳ ଚ୍ୟାରେଟିବୁଲ ଟ୍ରଷ୍ଟ ପକ୍ଷରୁ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ

ହାଟଡ଼ିହି, ୧୮ । ୬ : କବତା ମଞ୍ଜରୀ ଓ ସନ୍ୟାସୀ ବିଶ୍ୱାଳ ଚ୍ୟାରେଟିବୁଲ ଟ୍ରଷ୍ଟ ପକ୍ଷରୁ ପକ୍ଷରୁ ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ, ସାମ୍ବାଦିକ ମାନଙ୍କୁ କରୋନା ଲଢ଼େଇରେ ନିଜ ନିଜର ଉତ୍ସର୍ଗୀକୃତ ସେବାପାଇଁ ସେମାନଙ୍କୁ କରୋନା ଯୋଦ୍ଧା ଭାବରେ ସମ୍ମାନୀତ କରାଯାଇଛି । ଟ୍ରଷ୍ଟର ଫାଉଣ୍ଡର ପ୍ରଫସେର ରାଧାକୃଷ୍ଣ ବିଶ୍ୱାଳ, ଚେୟାରମୃାନ ଡକ୍ଟର ରୀନା ବଳ, ସଦସ୍ୟ ଉଚ୍ଚଶିକ୍ଷା ବିଭାଗର ଉପଶାସନ ସଚିବ ରୀତାରାଣୀ ବିଶ୍ୱାଳ, ସଦସ୍ୟ ମନୋଜ ମଞ୍ଜରୀ ଆୟଚ, ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ, ନିର୍ଲେପ କୁମାର ଆୟଚ, ଜନ୍ମେଶ ବିଶ୍ୱାଳ, ହାଟଡିହି ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ନାୟକ ପ୍ରମୁଖ ଆଜି ବାଲିବରେଇ, ସୋସୋ, ହଦଗଡ, ବାଙ୍ଗୋର, ଧନୁର୍ଜୟପୁର, କେ ବାଲିପାଳ, ପଢ଼ିଆରିପଲ୍ଲୀ ପ୍ରଭୃତି ପଞ୍ଚାୟତ ମାନଙ୍କରେ ସାମାଜିକ ଦୁରତା ରକ୍ଷାକରି ଅଶା, ଅଙ୍ଗନବାଡି, ସ୍ୱାସ୍ଥ୍ୟକର୍ମୀ ମାନଙ୍କ ସହିତ ଡାକ୍ତର ପ୍ରଫେସର ଶାନ୍ତନୁ କୁମାର ଦାଶ, ସାମ୍ବାଦିକ ସନ୍ତୋଷ ତ୍ରିପାଠୀ, କିଶୋର ଆଚାର୍ଯ୍ୟ, ଗୋପାଳକୃଷ୍ଣ ରାଉତ, ସାଂସଦ ପ୍ରତିନିଧି ନନ୍ଦୁ ଚରଣ ଜେନା,ପଢ଼ିଆରିପଲ୍ଲୀ ସରପଞ୍ଚ ନିରୁପମା ପାତ୍ର, ବାଲିବରେଇ ସରପଞ୍ଚ ପ୍ରତିଭା ନାୟକ, ସ୍ୱାସ୍ଥ୍ୟଅଧିକାରୀ ମିନତୀ ଜେନା, ସୁପରଭାଇଜର ମାଳତୀ ସ୍ୱାଇଁ ପ୍ରମୁଖଙ୍କୁ ମାନପତ୍ର, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଆଗକୁ ଆସୁଥିବା ଘଡିସନ୍ଧି ମୁହୁର୍ତ୍ତରେ କରୋନା ଯୋଦ୍ଧା ଭାବରେ ଲଢ଼େଇ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ ।