Odiapua.com

କବିତା ପାଠ ଓ ଆଲୋଚନା ଚକ୍ର

ଭଦ୍ରକ, ୧୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତ ବର୍ଷର ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଭଦ୍ରକ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଆନୁକୁଲ୍ୟରେ କବିତା ପାଠ ଓ “ସ୍ୱାଧୀନତା ଆନ୍ଦୋଳନରେ ଭଦ୍ରକର ଅବଦାନ’ ଶୀର୍ଷକରେ ଏକ ଆଲୋଚନା ଚକ୍ର, ଭଦ୍ରକ ସହର ନରିପୁର ସ୍ଥିତ ଜଗତଜନନୀ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଲେଖକ ସାମ୍ମୁଖ୍ୟର ସଭାପତି ସୁଧାକର ନନ୍ଦ ଉକ୍ତ ସାରସ୍ୱତ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ। ଅବସରର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଗଦାଧର ପଣ୍ଡା, ଇଂ. ଅଭୟ ସୂତାର, ନାଟ୍ୟଶ୍ରୀ ନିର୍ମଳ ?ରାଉତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୀତାରାଣୀ ଆଇଚ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ପାଦକ ନୀହାର ରଞ୍ଜନ କର ଅତିଥି ପରିଚୟ, ସଂଗଠନ ସମ୍ପାଦକ,କବି ଚର୍ଚ୍ଚିକା ପ୍ରସାଦ ମହାପାତ୍ର ସ୍ୱାଗତ ଭାଷଣ ଓ ଶିକ୍ଷକ ଓ କବି ଶରତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ହରିଶ ଚନ୍ଦ୍ର ଦାସ,ରମେଶ ଚନ୍ଦ୍ର ଦାସ, ବିପ୍ଳବ ହୋତା, ନାରାୟଣ ଚନ୍ଦ୍ର ପାଢ଼ୀ, ବସନ୍ତ କୁମାର ପାତ୍ର, ରଘୁନାଥ ନାୟକ, ଶଶାଙ୍କ ଶେଖର ପଣ୍ଡା ପ୍ରମୁଖ ବହୁ କବିତା ପାଠ କରିଥିଲେ।