Odiapua.com

କବିତା ଅନଃଚେତନାର ଅନୁପମ ଅନୁରାଗ, କବିତା ଅନଃଚେତନାର ଅନନ୍ତ ସ୍ରୋତସ୍ୱିନୀ

ଭଦ୍ରକ, ୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସାହିତ୍ୟ ପରିଷଦର ନୂଆବଜାରସ୍ଥ ଶ୍ରୀଅରବିନ୍ଦ ପାଠଚକ୍ର ଭବନରେ ନୂତନ ବର୍ଷ ପାଇଁ ଏକ ବନ୍ଧୁ ମିଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟବକ୍ତା ଭାବେ ଡ. ବ୍ରଜମୋହନ ମିଶ୍ର ଯୋଗଦାନ କରି କବିତା ମଣିଷର ଅନଃଚେତନାର ଅନୁପମ ଅନୁରାଗ ବୋଲି କହିଥିଲା ବେଳେ ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ କବିମାନେ ତ୍ରିକାଳଦର୍ଶୀ ବୋଲି ଅବିହିତ କରିଥିଲେ । ସ୍ୱତନ୍ତ୍ର ଅତିଥିଭାବେ ଡ. ରାଧାରାଣୀ ମହାପାତ୍ର କବିତା ଶବ୍ଦ ଓ ଭାବର ଏକ ସୁନ୍ଦର ସଂଗମ ବୋଲି ବ୍ୟକ୍ତ କରିଥିଲା ବେଳେ ବିଶିଷ୍ଟ ଗାଳ୍ପିକ ରଜନୀକାନ୍ତ ମହାନ୍ତି କବି କାଳେକାଳେ ମୁକୁଟ ବିହୀନ ସମ୍ରାଟ ବୋଲି ମତବ୍ୟକ୍ତ କରିଥିଲେ । କବି ଓ ଗାଳ୍ପିକ ରତିକାନ୍ତ ବେହେରା ସ୍ୱାଗତ ଭାଷଣ ଦେବା ସହ କବିତା ମଣିଷକୁ ସୂକ୍ଷ୍ମ ଜଗତର ସନ୍ଧାନ ଦିଏ ବୋଲି କହିଥିଲେ । କବି ବିଜୟ କୁମାର ଜେନା, ଗୀତାରାଣୀ ଆଇଚ, କରୁଣାକର ବେହୁରିଆ, ଭାନୁମତୀ ମାଟିଆ, ଶାନ୍ତନୁ କୁମାର ରାଉତ, ନୀଳିମା ପଣ୍ଡା, ବସନ୍ତ ପାତ୍ର, ବିଭୂତି ସେନାପତି, ଦାଶରଥି ପଣ୍ଡା, ରଞ୍ଜନ ସାହୁ, ରମେଶ ଚନ୍ଦ୍ର ଦାସ, ଚର୍ଚ୍ଚିକା ମହାପାତ୍ର, ଅରୂପାନନ୍ଦ ନାୟକ, ଲଲାଟେନ୍ଦୁ ମହାନ୍ତି, ଅକ୍ଷୟ କୁମାର ଜେନା, ଖଗେଶ୍ୱର ଜେନା, ଦୀପ୍ତିମୟୀ ସାହୁ, ଡ. ପ୍ରଭାତ ନଳିନୀ ମହାପାତ୍ର, ବାବୁଲାଲ ଦାସ ପ୍ରମୂଖ କବିତାରେ ନୂତନ ବର୍ଷକୁ ସ୍ୱାଗତ କରିବା ସହିତ ନୂତନ ବର୍ଷ ସମସ୍ତଙ୍କ ପାଇଁ ନିଚ୍ଛକ ସୁଖର ସନ୍ଧାନ ହେଉବୋଲି ମତବ୍ୟକ୍ତ କରିଥିଲେ । ପରିଷଦର ସଭାପତି ଡ. ଗୋଲକ ବିହାରୀ ସାହୁ ସଭାରେ ପୌରହିତ୍ୟ କରି ସମସ୍ତଙ୍କର ଶୁଭ ମନାସିବା ସହିତ କବିତା ମଣିଷକୁ ମାନସିକ ଶାନ୍ତି ପ୍ରଦାନ କରେ ବୋଲି କହିଥିଲେ । ସର୍ବ ଶେଷରେ କବି ଶରତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।