Odiapua.com

କପଡ଼ାରେ ଗୁଡା ହୋଇଥିବା ମୃତଦେହ ଉଦ୍ଧାର

ବୌଦ୍ଧ, ୧୨/୦୯, (ଓଡ଼ିଆ ପୁଅ ପି ନାଏକ): ବୌଦ୍ଧ ତେଲ ନଦୀ ଘାଟରୁ ଅଜଣା ମୃତଦେହ ଉଦ୍ଧାର ହୋଇଛି। କଣ୍ଟାମାଳ ଥାନା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ କମଘାଟ ଗାଁ ନଦୀ ଘାଟରୁ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

 

ସୂଚନାଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ କମଘାଟ ଗାଁ ନଦୀ ଘାଟରେ ଜଣଙ୍କର ମୃତଦେହ ଦେଖିଥିଲେ ଗ୍ରାମବାସୀ। ସକାଳୁ ସକାଳୁ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି। ମୃତଦେହଟି ଏକ କପଡାରେ ଗୁଡାଇ ହୋଇଥିବା ଦେଖିବାକୁ ମିଳିଛି। ତେବେ ହତ୍ୟା ପରେ ମୃତଦେହକୁ କେହି ଫୋପାଡି ଦେଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ କଣ୍ଟାମାଳ ପୋଲିସ ତଦନ୍ତ ଜାରି ରଖିଛି।(ଖବର ପ୍ରମେୟ ନ୍ୟୁଜ୍୭ ରୁ)