Odiapua.com

କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ ଓ ବିଧାୟକ ଚକ୍ରମଣି କହଁରଙ୍କୁ ସମ୍ବର୍ଦ୍ଧନା

ବାଲିଗୁଡା ୭-୬ (ଓଡ଼ିଆ ପୁଅ/ଏସ୍.କେ.ପାଣିଗ୍ରାହୀ) : ନିର୍ବାଚିତ ହେବାପରେ ପ୍ରଥମଥରପାଇଁ କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ ବାଲିଗୁଡା ନିର୍ବାଚନ ମଣ୍ଡଳୀକୁ ଦିନିକିଆ ଗସ୍ତ କରିଛନ୍ତି। ସାଂସଦ ଡ଼.ସାମନ୍ତଙ୍କ ସହ ବାଲିଗୁଡା ବିଧାୟକ ଚକ୍ରମଣି କହଁର ଓ ବାଲିଗୁଡା ବିଧାନସଭା ମଣ୍ଡଳୀର ବହୁ ବରିଷ୍ଠ କର୍ମୀ ଓ ନେତା ଏହି ଗସ୍ତରେ ସାମିଲ ଥିବାବେଳେ ନିର୍ବାଚନ ମଣ୍ଡଳୀର ଚାରୋଟି ବ୍ଲକ କ.ନୂଆଗାଁ, ବାଲିଗୁଡା, ତୁମୁଡିବନ୍ଧ ଓ କୋଟଗଡ଼ ବ୍ଲକର କର୍ମୀ ଓ ନେତା ସାଂସଦ ଡ଼.ଅଚ୍ୟୁତ ସାମନ୍ତ ଓ ବିଧାୟକ ଚକ୍ରମଣି କହଁରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଶେଷରେ ବାଲିଗୁଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ବାଲିଗୁଡା ବିଜେଡି ତରଫରୁ ସାଂସଦ ଡ଼.ଅଚ୍ୟୁତ ସାମନ୍ତ ଓ ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ସ୍ଥାନୀୟ ନେତା ଓ କର୍ମୀ। ଏହାପରେ ସ୍ଥାନୀୟ ନେତା ଓ କର୍ମୀଙ୍କସହ ବସି ଅଞ୍ଚଳର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ସାଂସଦ ଓ ବିଧାୟକ। ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶୃତି ଅନୁସାରେ ଆଗାମୀ ଦିନରେ ଅଞ୍ଚଳରେ ଥିବା ସମସ୍ୟାକୁ କିଭଳି ସମାଧାନ କରାଯାଇପାରିବ ସେନେଇ କର୍ମୀଙ୍କ ସହ ଆଲୋଚନା କରିଥିଲେ ସାଂସଦ ଓ ବିଧାୟକ। ଏହି ଆଲୋଚନାରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ କୃଷ୍ଣମୋହନ ପାଣିଗ୍ରାହୀ, ବରିଷ୍ଠ ନେତା ରବିଚନ୍ଦ୍ର ପାଳ, ଏନ୍ଏସି ଉପାଧ୍ୟକ୍ଷ ଲୋକନାଥ ପାଢ଼ୀ, କେ ଶ୍ରୀନିବାସ ରାଓ, କ୍ଲେଶ ପ୍ରଧାନ, ପଦ୍ମ ଚରଣ ପାଣିଗ୍ରାହୀଙ୍କ ସମେତ ବହୁ ବରିଷ୍ଠ କର୍ମୀ ଉପସ୍ଥିତ ଥିଲେ।