Odiapua.com

କନ୍ଧମାଳ ସାଂସଦଙ୍କ ବାଲିଗୁଡା ନିର୍ବାଚନ ମଣ୍ଡଳୀ ଗସ୍ତ : ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା

ବାଲିଗୁଡା, ୧୪/୮ (ଓଡ଼ିଆ ପୁଅ) କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀକୁ ଶନିବାର ଦିନିକିଆ ଗସ୍ତରେ କନ୍ଧମାଳ ସାଂସଦ ଡ଼ ଅଚ୍ୟୁତସାମନ୍ତ ଆସି ବାଲିଗୁଡା ବିଜେଡି କାର୍ଯ୍ୟାଳୟରେ ପହଂଚିବା ପରେ ଦଳୀୟ କର୍ମୀମାନଙ୍କ ଦ୍ୱାରା ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରେ ପରେ ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇ ଥିଲା। ଏଥିରେ ସାଂସଦକୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହିତ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ରେଳ ଲାଇନ, ଶିକ୍ଷା, ମୋବଇଲ ଟାୱାର, ପର୍ଯ୍ୟଟନର ଭିତ୍ତିଭୂମି ବିକାଶ ସମ୍ପର୍କରେ ପାର୍ଲିଆମେଣ୍ଟରେ ଉପସ୍ଥାପନା କରିଥିବାରୁ ସାଂସଦ ଡ଼.ଅଚ୍ୟୁତ ସାମନ୍ତଙ୍କୁ ସେଥିପାଇଁ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଏହା ପରେ ତୁମୁଡ଼ିବନ୍ଧ ବ୍ଲକ ଗସ୍ତରେ ଯାଇ ସେଠାରେ ନେତାଜୀ ଜୁନିଅର କଲେଜ ପକ୍ଷରୁ ସାଂସଦଙ୍କୁ ଭବ୍ୟ ସ୍ୱାଗତ କରି ମହାବିଦ୍ୟାଳୟ ପରିସରକୁ ଛାତ୍ର ଛାତ୍ରୀ ପାଛୋଟି ନେଇ ଥିଲେ। ସାଂସଦ ସେଠାରେ ଜୁନିଅର କଲେଜର ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିବା ସହିତ ଶିକ୍ଷା ପ୍ରତି ନିଷ୍ଠାବାନ ହୋଇ ପାଠ ପଢିଲେ ଭବିଷ୍ୟତ ଉଜ୍ୱଳ ହେବ ବୋଲି କହିଥିଲେ। ପରେ ବିଲାମାଳ ପଂଚାୟତର ମୁଣ୍ଡି ମାସ୍କାର ଦୀନବନ୍ଧୁ ମାଝୀ, ତାଙ୍କ ପୁଅ ପୁରନ୍ଦର ମାଝୀ ଚଳିତ ବନ୍ୟାରେ ନାଳରେ ଭାସି ଯାଇ ଥିଲେ। ତାଙ୍କ ପରିବାର ଲୋକଙ୍କୁ ସାଂସଦ ଡ଼ ସାମନ୍ତ ନିଜେ ୨୫ ହଜାର ଟଙ୍କା ସାହାଯ୍ୟ କରିଥିଲେ ଓ ସରକାରୀ ସାହାଯ୍ୟ ପାଇଁ ସରକାରଙ୍କୁ ଜଣାଇବେ ବୋଲି କହିଥିଲେ। ଏହା ପରେ କୋଟଗଡ ବ୍ଲକ ଯାଇ ବାଲିଚର ଜମି ଗୁଡିକ ଦେଖିବା ସହ କ୍ଷତିଗ୍ରସ୍ତ ଲୋକଙ୍କ ସହକଥା ବାର୍ତ୍ତା କରି ସାହାଯ୍ୟ ପାଇଁ ସରକାରଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବାକୁ କହି ଥିଲେ। ଏହି ଗସ୍ତ ସମୟରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ବାଲିଗୁଡା ବିଜେଡି ସଭାପତି ଟୁନାଦାସ, ପୂର୍ବତନ ବିଧାୟକ ରାଜୀବ ପାତ୍ର ତୁମୁଡ଼ିବନ୍ଧ ବ୍ଲକ ସଭାପତି ପ୍ରମୋଦ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର, କୋଟଗଡ ବିଜୁ ଯୁବ ସଭାପତି ମନୋଜ ସାବତ, ବାଲିଗୁଡା ଏନଏସି ଅଧ୍ୟକ୍ଷା ମମତା ବେହେରା, ଉପାଧ୍ୟକ୍ଷ ଲୋକନାଥ ପାଢ଼ୀ, ସମେତ ବହୁ ବରିଷ୍ଠ କର୍ମୀ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ।