Odiapua.com

କନ୍ଧମାଳ ଜିଲ୍ଲା ମିଳିତ ନାଗରିକ ମଞ୍ଚ ବୈଠକ

ବାଲିଗୁଡ଼ା ତା-୧୬/୦୯ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ବାଲିଗୁଡ଼ା କଲ୍ୟାଣ ମଣ୍ଡପ ଠାରେ କନ୍ଧମାଳ ଜିଲ୍ଲା ମିଳିତ ନାଗରିକ ମଞ୍ଚ ବୈଠକ ଅନୁଷ୍ଠିତ ହୋଇଛି। ବାଲିଗୁଡ଼ାର ବୈରିଷ୍ଠ ଆଇନଜୀବି କୈାଶିକ ସାହୁ, ସଭାପତିତ୍ୱରେ ବୈଠକ ହୋଇଥିଲା। ଏଥିରେ କନ୍ଧମାଳ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ସରକାରଙ୍କ ନିକଟରେ ଦାବି କରାଯାଇଛି। ଏଥିରେ ଜିଲ୍ଲା ଆବାହକ ଅଶୋକ ପରିଡା, ଅରୁପ ଜେନା, ବିଜୟ ମହାନ୍ତି, ଭଗବାନ ଜେନା, ରାଜୁ ପାଢୀ, ପ୍ରକାଶ ନାୟକ, ପ୍ରମୋଦ ଦଣ୍ଡସେନା, ମାନସ ନାୟକ, ଭଗବତୀ ପ୍ରସାଦ ସାବତ, ନାରୟଣ ସାହୁ, ଭଗବାନ ସାହୁ, ସମେତ ବୁଦ୍ଧିଜୀବି, ସାମ୍ବାଦିକ, ଯୋଗ ଦେଇଥିଲେ।