Odiapua.com

କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୪ତମ ସ୍ୱାଧୀନତା ଦିବସ ପାଳନ

କନ୍ଧମାଳ, ୧୫/୮-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)-:କନ୍ଧମାଳ ଜିଲ୍ଲା ର ଫୁଲାବାଣୀ ସଦର ମହକୁମା ର ରିଜର୍ଭ ପୋଲିସ ପଡିଆ ରେ ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ସୁରକ୍ଷା କର୍ମୀ ଙ୍କ ଠାରୁ ଅଭିଭାଦନ ଗ୍ରହଣ କରିବା ସହ ପତାକା ଉତ୍ତୋଳନ କରିଥିଲେ ଓ ତାଙ୍କ ଅଭିଭାଷଣ ରେ ମହିଳା ସ୍ୱୟଂ ସହାୟିକା ଙ୍କୁ ସଶକ୍ତ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଉଦେଶ୍ୟ ରହିଥିବା ଜଣାଇଥିଲେ ଓ ଭିଭିନ୍ନ ବିଦ୍ୟାପୀଠ ଓ ବେସରକାରୀ ଅନୁଷ୍ଠାନ ରେ ପତାକା ଉତ୍ତୋଳନ କରିଥିଲେ ଏଥି ସହ ଜିଲ୍ଲାପାଳ ଡ- ବୃନ୍ଦା ଡି ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଵୀନିତ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ। ସେହିପରି ଜିଲ୍ଲା ର ବାଲିଗୁଡା ଉପଖଣ୍ଡ ରେ ବି କୋବିଡ କଟକଣା ଓ ସାମାଜିକ ଦୂରତା ମଧ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଉତ୍ସବ ପାଳନ କମିଟି ପକ୍ଷରୁ ୭୪ତମ ସ୍ବାଧିନତା ଦିବସ ପାଳନ ହୋଇଯାଇଛି। ଏଥିରେ ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବାସହ ଅଭିବାଦନ ଗ୍ରହଣ କରିଥିଲେ। ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସରକାରଙ୍କ ନିୟମ ଅନୁସାରେ ଚଳିତବର୍ଷ ସାମୁହିକ ପ୍ୟାରେଡ୍ ଅନୁଷ୍ଠିତ ହୋଇନାହିଁ। କରୋନା ମୁକାବିଲାରେ ଉତ୍ସର୍ଗୀକୃତ ସମସ୍ତ ଯୋଦ୍ଧାଙ୍କୁ ଆମେ ସମ୍ମାନ ଜଣାଇବା ସହ ସହଯୋଗ କରିବା ଆବଶ୍ୟକ ଏବଂ ସରକାରଙ୍କ ନିୟମ ମାନି ଚଳିଲେ ମହାମାରୀ କରୋନାକୁ ଆମେ ହରାଇ ପାରିବା ବୋଲି ଅଭିଭାଷଣରେ କହିଛନ୍ତି ଉପଜିଲ୍ଲାପାଳ ଶ୍ରୀ ମହାପାତ୍ର। ଏତଦ ବ୍ୟତୀତ ଟାଉନର ବିଭିନ୍ନ ଅନୁଷ୍ଠାନ ରେ ପତାକା ଉତ୍ତୋଳନ କରାଯାଇଥିଲା। ଶେଷରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା ଏବଂ ଜିଲ୍ଲା ର ଘୁ-ଉଦୟଗିରି ର ହବାକ ହାଇସ୍କୁଲ ଠାରେ ମଧ୍ୟ ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱ ରେ ଥିବା ଶାନ୍ତନୁ କୁମାର ନାୟକ ଅଭିଭାଦନ ଗ୍ରହଣ ସହ ପତାକା ଉତ୍ତୋଳନ କରିଥିଲେ ଏହା ସହ ସୁଭଦ୍ରା ମହତାବ ବିଦ୍ୟାପିଠରେ ଶକ୍ତିକାନ୍ତ ମଲିକ ଓ ସ୍ୱାମୀ ବିବେକାନନ୍ଦ ବିଦ୍ୟାପୀଠ ରେ ପୂର୍ବତନ ଯବାନ ହାଡୁବନ୍ଧୁ ସାହୁ, ସମ୍ପାଦକ ଅରୁଣ କୁମାର ଷଢଙ୍ଗୀ, ସ୍ମୃତିରଞ୍ଜନ ବେହେରା, ଗୀତାଞ୍ଜଳୀ ପାଣିଗ୍ରାହୀ, ସୁକନ୍ୟା ନାୟକ, ବର୍ଷା ରାଣୀ ପଣ୍ଡା ଓ ଇପସିତା ମହାନ୍ତି ଯୋଗ ଦେଇଥିଲେ।