Odiapua.com

କନ୍ଧମାଳରେ ୪ କୋଭିଡ଼୍ ଯୋଦ୍ଧାଙ୍କ ସମେତ ୮୧ ନୂଆ ସଂକ୍ରମିତ

କନ୍ଧମାଳ, ୨୯/୯-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ମଙ୍ଗଳବାର ମୋଟ ୮୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ କୋଭିଡ ଯୋଦ୍ଧା ଅଛନ୍ତି। ଏଥିସହ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୩୮୬ ରେ ପହଂଚିଛି। ସେମାନଙ୍କ ମଧ୍ୟରୁ ୩୭୫୧ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ୬୧୩ ଜଣ ବର୍ତ୍ତମାନ ଜିଲାର ବିଭିନ୍ନ କୋଭିଡ଼୍ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ସରକାରୀ ଭାବେ ଜିଲାରେ କୋଭିଡ଼୍ ସଂକ୍ରମିତ ଯୋଗୁଁ ୨୨ ଜଣ ମୃତ୍ୟୁ ହୋଇଥିବାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ସଂକ୍ରମିତଙ୍କ ମଧ୍ୟରୁ ଜିଲ୍ଲାର ଫୁଲବାଣୀ ପୌରାଂଚଳରେ ୧୧ ଜଣ ଏବଂ ଗ୍ରାମାଂଚଳରେ ଜଣେ ରହିଥିବା ବେଳେ ବାଲିଗୁଡାର ବିଜ୍ଞାପିତ ଅଂଚଳରେ ଓ ଗ୍ରାମାଂଚଳରେ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ଜିଲ୍ଲାର ଘୁ-ଉଦୟଗିରିରେ ୧୩, ଚକାପାଦରେ ୧୦, ଦାରିଙ୍ଗବାଡିରେ ୬, କ-ନୁଆଗାଁରେ ୩, ଖଜୁରିପଡାରେ ୭, ଫିରିଙ୍ଗିଆ ୯, ରାଇକିଆ ୮, ଟିକାବାଲିରେ ୨ ଓ ତୁମୁଡିବନ୍ଧ ଅଂଚଳରୁ ୩ ଜଣ ରହିଥିବା ନେଇ ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି। ତେବେ କରୋନା ସଂକ୍ରମଣ ଧିରେଧିରେ ବଢିବାରେ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି। ଅତି ଆବଶ୍ୟକ ହେଲେ ଘରୁ ବାହାରିବାବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।