Odiapua.com

କନ୍ଧମାଳରେ ଶନିବାର ଆଉ ୯୮ଜଣ କରୋନା ପଜିଟିଭ ଚିହ୍ନଟ : ମୋଟ ସଂକ୍ରମିତ ୧୨୯୯

କନ୍ଧମାଳ, ୧୬-୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାରେ ପୁଣି ଆଉ ୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୯ ରେ ପହଂଚିଛି। ତେବେ ଶନିବାର ସୁଦ୍ଧା ଜିଲାରେ ଆକ୍ରାନ୍ତ ଥିବା ୭୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟ ୫୧୨ ଜଣ ସଂକ୍ରମିତ ବିଭିନ୍ନ କରୋନା ହସପିଟାଲରେ ରହି ଚିକିତ୍ସା ହେଉଛନ୍ତି। ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ୫୬ ଜଣ ପୁରୁଷ ରହିଥିବାବେଳେ ଆଉ ୪୨ ଜଣ ମହିଳା ଥିବା ନେଇ ସୂଚନା ମିଳିଛି।ମୋଟ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଫୁଲବାଣୀର ୧୩ ଜଣ ରହିଥିବାବେଳେ ଘୁ, ଉଦୟଗିରିର ୭ଜଣ, ଦାରିଙ୍ଗବାଡିର ୧୨ ଜଣ, ଚକାପାଦର ୯ ଜଣ, ଟିକାବାଲିର ୫ ଜଣ, କ-ନୁଆଗାଁର ୨ ଜଣ, କୋଟଗଡର ୧୭ ଜଣ, ତୁମୁଡିବନ୍ଧର ୧୪ ଜଣ, ରାଇକିଆର ୬ ଜଣ, ବାଲିଗୁଡାର ୮ ଜଣ, ଫିରିଙ୍ଗିଆର ୩ ଜଣ ଏବଂ ଖଜୁରିପଡା ବ୍ଳକ ଅଂଚଳର ୨ ଜଣ ଥିବା ନେଇ ଜିଲ୍ଲାପାଳ ଡ-ବୃନ୍ଦା ଡି ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି।