Odiapua.com

କନ୍ଧମାଳରେ ପୋଲିସ-ମାଓବାଦୀ ଗୁଳି ବିନିମୟ: ମହିଳା ମାଓ କ୍ୟାଡର ମୃତ

ଭୁବନେଶ୍ୱର ୧୧-୧୨ (ଓଡ଼ିଆ ପୁଅ) ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ଉପରେ ଆଧାରରେ କରି, ଦୁଇଟି ୟୁନିଟ୍ SOG ଏବଂ DVF କନ୍ଧମାଳ ଜିଲ୍ଲାର ଗୋଛାପଡା ଥାନା ଅଧୀନରେ ଏକ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା। ଆଜି ଅପରାହ୍ନରେ ସର୍ଚ୍ଚ ଅପରେସନ୍ କରିବା ସମୟରେ ପୋଲିସ୍ ଏବଂ ମାଓବାଦୀଙ୍ ମଧ୍ୟରେ ଗୁଳି ବିନିମୟରେ ଜଣେ ମହିଳା କ୍ୟାଡର ମାଓବାଦୀ ନିହତ ହେବା ସହିତ ଦୁଇଟି ବନ୍ଧୁକ, ଚାରି ରାଉଣ୍ଡ ଗୁଳି ଏବଂ ଅନ୍ୟାନ୍ୟ ମାଓ ଦ୍ରବ୍ୟ ଉଦ୍ଧାର କରାଯାଇଛି। ଏହି ଅଞ୍ଚଳରେ ଅଧିକ ସର୍ଚ୍ଚ ଏବଂ କମ୍ବିଂ ଅପରେସନ୍ ଜୋରଦାର କରାଯାଇଛି। ଡିସେମ୍ବର ୯ରୁ ଚାଲିଛି ଯବାନଙ୍କ ମାଓ ଦମନ ଅପରେସନ ବୋଲି ପ୍ରେସ ବିଜ୍ଞପ୍ତିରୁ ପ୍ରକାଶ।