Odiapua.com

କନ୍ଧମାଳରେ ଜାତୀୟ ଶିଶୁ ସୁରକ୍ଷା କମିଶନଙ୍କ କ୍ୟାମ୍ପ କୋର୍ଟ

କନ୍ଧମାଳ/୨୧/୧୧(ଓଡିଆ ପୁଅ/ଆଚାର୍ଯ୍ୟ ବିଶ୍ୱରଂଜନ)-ଓଡିଶାର କନ୍ଧମାଳ ଜିଲ୍ଲାରେ ଶିଶୁ ମାନଙ୍କର ସୁରକ୍ଷା ନେଇ ଘୋର ଉଦ୍‌ବେଗ ପ୍ରକାଶ ପାଇଛି। ଦିନକୁ ଦିନ ଶିଶୁ ସୁରକ୍ଷା ନେଇ କନ୍ଧମାଳ ଜିଲ୍ଲାରେ ମାମଲା ବଢିବାରେ ଲାଗିଛି। ତେଣୁ ନଭେମ୍ବର ୨୧ ତାରିଖରେ କନ୍ଧମାଳ ପଂଚାୟତ ଭବନଠାରେ ଜାତୀୟ ଶିଶୁ ସୁରକ୍ଷା କମିଶନ ଏକ କ୍ୟାମ୍ପ କୋର୍ଟ କରିଥିବା ଜଣା ପଡିଛି। ଏଥିରେ ରାଜ୍ୟ ଶିଶୁ ସୁରକ୍ଷା କମିଶନ ମଧ୍ୟ ଯୋଗ ଦେଇଥିଲେ। କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କୋର୍ଟର ଆୟୋଜନ କରାଯାଇଥିଲା। ପ୍ରାୟ ୨୦୦ ରୁ ଉର୍ଦ୍ଧ୍ୱ ଅଭିଯୋଗ ପଞ୍ଜିକରଣ ହୋଇଥିଲା। ୧୦୦ ରୁ ଉର୍ଦ୍ଧ୍ୱ ମାମଲା ସମାଧାନ କରାଯାଇଥିବା ଜଣା ପଡିଛି। ଏଥିରେ ଜାତୀୟ ଶିଶୁ ସୁରକ୍ଷା ସମ୍ମାନନୀୟ ସଭ୍ୟ ଆର.ଜି ଆନନ୍ଦ, ଓଡିଶା ଶିଶୁ ସୁରକ୍ଷା ଚେୟାରମ୍ୟାନ ସମ୍ମାନନୀୟ ସଂଧ୍ୟାବତୀ ପ୍ରଧାନ, ଓଡିଶା ଶିଶୁ ସୁରକ୍ଷାର ହରିହର ନାୟକ, ମନ୍ଦାକିନୀ କର, ଦିବ୍ୟ ସ୍ୱାଶତୀ, କନ୍ଧମାଳ ଜିଲ୍ଲାପାଳ ଡଃ. ବୃନ୍ଦା ଡି., କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ୍ ସିଂ, କନ୍ଧମାଳ ଏଡିଏମ୍ ବସନ୍ତ କୁମାର ସାହୁ, ଜିଲ୍ଲା ପରିଷଦ ସଭାପତି ଅକ୍ଷୟ ପ୍ରଧାନ, ପ୍ରକଳ୍ପ ନିର୍ଦ୍ଧେଶକ ବିଶ୍ୱନାଥ ବାରିକ୍ ଯୋଗ ଦେଇଥିଲେ। ଏହି କୋର୍ଟ ଦ୍ୱାରା କନ୍ଧମାଳର ଅସୁରକ୍ଷିତ ଶିଶୁ ମାନଙ୍କୁ ସୁରକ୍ଷା ଦିଆ ଯାଇ ପାରିବ ବୋଲି ଆଶା ପୋଷଣ କରାଯାଇଛି।