Odiapua.com

କନ୍ଧମାଳରେ କାଳ ବୈଶାଖୀର ତାଣ୍ଡବ

ବାଲିଗୁଡ଼ା, ୨୨/୪ (ଓଡିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାରେ କାଳ ଵୈଶାଖୀର ତାଣ୍ଡବ। ଗୋଟିଏ ପଟେ ଲକ୍ ଡାଉନ୍ ଯୋଗୁଁ ଲୋକେ ଘରୁ ବାହାରକୁ ବାହାରୁ ନାହାଁନ୍ତି। ତା ଉପରେ କାଳ ବୈଶାଖୀ ମାଡ଼। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାଳ ଵୈଶାଖୀ ତାଣ୍ଡବ ରଚିଛି। ବିଜୁଳି ଘଡ଼ଘଡ଼ି ସହ ପବନ ବର୍ଷା ଯୋଗୁଁ ଜିଲ୍ଲାର କୋଟଗଡ଼, ତୁମୁଡ଼ିବନ୍ଧ, ଦାରିଙ୍ଗିବାଡ଼ି, କ.ନୁଆଗାଁ ବ୍ଲକ୍ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। ସିମନବାଡ଼ି ରେ ଗଛ ଭାଙ୍ଗି। ସ୍ଥାନୀୟ ପାଟ୍ଟଖଣ୍ଡା ମନ୍ଦିର ଭାଙ୍ଗିବା ସହ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ସେହିଭଳି କୋଟଗଡ଼, ତୁମୁଡ଼ିବନ୍ଧ, କ.ନୁଆଗାଁ ବ୍ଲକ୍ ରେ ମଧ୍ୟ ବିଭିନ୍ନ ସ୍ଥାନରେ ଗଛ, ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବା ସହ ଗଛ ପଡ଼ି ଲୋକଙ୍କ ଆଜବେଷ୍ଟସ ଭାଙ୍ଗିଯାଇଥିବା ଜଣାପଡ଼ିଛି। କୋଟଗଡ଼ ବ୍ଲକ ର କଲୋନୀ ସାହି, ଶଗଡ଼ିଆ ସାହି, ହରିପୁର, ଖଣ୍ଡିଆ ଗୁଡା, ପବନ ଗାଁ ରେ ଦେଖିବାକୁ ମିଳିଥିଲା ଏପଟେ କରୋନା ର ଭୟ ରେ ଲୋକେ ଲକଡାଉନ ରେ ଥିବା ସମୟରେ କାଳ ବୈଶାଖୀ ଲୋକଙ୍କୁ ଦାଉ ସାଜିଛି ଗରିବ ଅସହାୟ ସରକାରଙ୍କୁ ମିଳିଥିବା ଚାଉଳ, ଡାଲି ଘରେ ପାଣି ପଶି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ଲୋକଙ୍କ ଚାଳ ଛପର ଉଡି ଯାଇଥିବାବେଳେ ରାସ୍ତା ଘାଟ ରେ ବଡ ବଡ ଗଛ ଉପୁଡି ପଡି ରାସ୍ତା ଅବରଧ ହୋଇଛି। କୋଟଗଡ଼ ତହସିଲଦାର, ଆର. ଆଇ, ସାଂସଦ ପ୍ରତିନିଧି ମନୋଜ ସାବତ ଓ କଳାଶ୍ରୀ ଯୁବ ସଂସଦ ର ସଭ୍ୟ ମାନେ ଘର ଘର ବୁଲି ଅସହାୟ ଲୋକଙ୍କ ନିକଟରେ ପହଁଚି ପଲିଥିନର ବ୍ୟବସ୍ତା କରିଥିଲେ।