Odiapua.com

କନିଷ୍ଠ ରାଜସ୍ୱ ସହାୟକ ନିଲମ୍ବିତ

ଯାଜପୁର୨୨ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବିନାଅନୁମତିରେ ଛୁଟିରେ ରହିବା ଓ ଉପରିସ୍ଥ ଅଧିକାରୀଙ୍କ ଆଦେଶ ଅବମାନନା କରିବା ଯୋଗୁ ସୁକିନ୍ଦା ତହସିଲର କନିଷ୍ଠ ରାଜସ୍ୱ ସହାୟକ ବା ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ ଅନିଲ କୁମାର ବାନାରାଙ୍କୁ ଆଜି ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଓଡି଼ଶା ସିଭିଲ ସର୍ଭିସ ଆଇନ ୧୯୬୨ ରୁଲ ୧୨ ଅନୁଯାୟୀ ଶ୍ରୀ ବାନାରାଙ୍କୁ ନିଲମ୍ବନ ସହ ନିଲମ୍ବନ ସମୟରେ ତାଙ୍କର କାର୍ଯ୍ୟସ୍ଥଳ ଜିଲ୍ଲା କାର୍ଯ୍ୟାଳୟକୁ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲା କାର୍ଯ୍ୟାଳୟର ସଂସ୍ଥା ଅଧିକାରୀ କାଜଲ ପ୍ରଧାନ ସୂଚନା ଦେଇଛନ୍ତି।