Odiapua.com

କଥା ଦେଇ କଥା ରଖିଲେନି , ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଚାଷୀ ରାମକୃଷ୍ଣଙ୍କ ଧାରଣା ୨ୟ ଦିନରେ

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଟୋକନ ଅବଧି ସରିଗଲା ହେଲେ ଧାନ ବିକି ନ ପାରିବାରୁ ଭଦ୍ରକ ବ୍ଲକ ଅନ୍ତର୍ଗତ ବନ୍ଧଗାଁ ପଂଚାୟତର ପାଂଚପଡା ଗ୍ରାମର ଯୁବ ଚାଷୀ ରାମକୃଷ୍ଣ ପଣ୍ଣା ଗତ ଗତ ଫେବୃଆରୀ ୨୭ ତାରିଖରେ ଧାନ ମଣ୍ଡି ଆଗରେ ବିଷ ପାନ କରିଥିଲେ । ଯାହାକି ସାରା ଓଡିଶାରେ ହଇଚଇ ସୃଷ୍ଟି କରିଥିଲା । ସେ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଉପ ଜିଲ୍ଲାପାଳ ପିତାମ୍ବର ସାମଲ , ଯୋଗାଣା ନୀରିକ୍ଷକ ରଞ୍ଜନ ସେଠ୍ ତାଙ୍କ ପାଖରେ ପହଂଚି ୭ଦିନ ମଧ୍ୟରେ ତାଙ୍କ ଧାନ କିଣା ହେବ ଏବଂ ଧାନ କିଣାରେ ଅନିୟମିତତା କରିଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏହା ମଧ୍ୟରେ ରାମକୃଷ୍ଣ ଭଲ ହୋଇ ଘରକୁ ଫେରିଥିଲେ ମଧ୍ୟ ନା ତାଙ୍କ ଧାନ କିଣା ଗଲା, ନା କାହାରି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା । ଏହାର ପ୍ରତିବାଦରେ ରାମକୃଷ୍ଣ ଗତକାଲି ଠାରୁ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ଆଜି ଯୋଗାଣ ଅଧିକାରୀ ଆସି କୈାଣସି ପ୍ରତିଶ୍ରୁତି ଦେଇ ନ ଥିବା କଥା କହିବା ସହ ଟୋକନ ନ ଆସିବା ଯାଏଁ ଆମେ କିଛି କରି ପାରିବୁ ନାହିଁ ବୋଲି ନିଜର ଅକ୍ଷମତା ପ୍ରକାଶ କରିଥିବା ରାମକୃଷ୍ଣଙ୍କ ଭଉଣୀ ମମତା ପ୍ରକାଶ କରିଛନ୍ତି । ତେବେ ରାମଚନ୍ଦ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସାମାନ୍ୟ ବିଗିଡିଯିବାରୁ ପ୍ରଶାସନ ପକ୍ଷରୁ ଡାକ୍ତରୀ ଦଳ ସେଠାରେ ପହଞ୍ôଚ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବାର ଜଣାପଡିଛି । ଏଠାରେ ସ୍ମରଣ ଯୋଗ୍ୟ ଯେ ବନ୍ଧଗାଁ ପଂଚାୟତରେ ରାମେଶ୍ୱର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଚଳିତ ଥର ଧାନ କିଣା ଦାୟିତ୍ୱ ନେଇଛି । ରାମକୃଷ୍ଣ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କ ନାମରେ ଆସିଥିବା ୩୨୦ କୁଇଣ୍ଟାଲ ଧାନ ବିକିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଟୀ ପାଖକୁ ବାରମ୍ବାର ଦୈାଡି ଦୈାଡି ୧୨୦କୁଇଣ୍ଟାଲ ବକାଇବାକୁ ସକ୍ଷମ ହୋଇଥିଲେ । ସେଥି ମଧ୍ୟରୁ ସରକାରୀ ଖାତାକୁ ମାତ୍ର ୫୦ କୁଇଣ୍ଟାଲ ଧାନ ଉଠାଯାଇଥିଲା । ଟୋକନ କେନସଲ ହୋଇଗଲା ସତ କିନ୍ତୁ ରାମକୃଷ୍ଣ ବଳକା ଧାନ ବିକ୍ରି କରିପାରିଲେ ନାହିଁ ।ଧାର ଉଧାର କରି ଚାଷ କରିଥିବା ରାମକୃଷ୍ଣ ଶେଷରେ ମଣ୍ଡି ଆଗରେ ବିଷପାନ କରିଥିଲେ ।ଯୋଗାଣ ଅଧିକ୍ଷକ ଯଥାଶିଘ୍ର ସମସ୍ୟାର ସମାଧାନ ନ କଲେ ଭାଜପା ପୁଣି ରାସ୍ତାକୁ ଉହ୍ଲାଇବ ବୋଲି ଭାଜପା ନେତା ପ୍ରଭାକର ସାମଲ ପ୍ରକାଶ କରିଛନ୍ତି ।