Odiapua.com

“କ’ଣ ପାଇଁ ଡରଉଛ ?” ଦିଲ୍ଲୀ ସୀମାରେ ପୋଲିସର ବ୍ୟାରିକେଡ଼ିଂର ଫଟୋ ସେୟାର କରି ପ୍ରିୟଙ୍କାଙ୍କ କଟାକ୍ଷ

ନୂଆଦିଲ୍ଲୀ, ୦୬-୦୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ନୂତନ ଚାଷ ଆଇନ ଅନୁଯାୟୀ ତିନୋଟି ଚାଷ ଆଇନ ପ୍ରତ୍ୟାହାର ଦାବି ନେଇ ବିରୋଧ ଜାରି ରହିଛି। ଏ ନେଇ କଂଗ୍ରେସ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀ ସୀମାରେ କେତେକ ପୋଲିସର ସୁରକ୍ଷା ଅବରୋଧ ନେଇ ଫଟୋ ସେୟାର କରି କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେହିପରି ଭୟର ବାତାବରଣ ସୃଷ୍ଟି କରି ପ୍ରଶାସନ ଏକପ୍ରକାର ଚାଷୀଙ୍କୁ ଦମନ ଉଦ୍ୟମ ଚଳାଇବା ଅଭିଯୋଗ କରିଛନ୍ତି। ଏପରି କି କାହିଁକି ଡରଉଛ ବୋଲି କଟାକ୍ଷ କରିଛନ୍ତି।

ସୂଚନାଯୋଗ୍ୟଯେ, ଗତ ଜାନୁୟାରୀ ମାସରେ ଲାଲକିଲ୍ଲା ହୋଇଥିବା ହିଂସା ପରେ ଦିଲ୍ଲୀ ପୋଲିସ ସିଂଙ୍ଘୁ, ଟିକ୍ରି ଏବଂ ଗାଜିପୁର ସୀମାରେ ବହୁ ବ୍ୟାରିକେଡ୍ କରି ଚାଷୀଙ୍କୁ ଦିଲ୍ଲୀ ଆସିବାକୁ ନ ଦେବାକୁ ଉକ୍ତ ରାସ୍ତାରେ କଣ୍ଟା ତାର ଓ ତାକ୍ଷ୍ଣ କଣ୍ଟା ଲଗାଇ ୨୦ ସ୍ତରୀୟ ସୁରକ୍ଷା ରିଙ୍ଗ ପ୍ରସ୍ତୁତ କରିଛି ଦିଲ୍ଲୀ ପୋଲିସ୍। କୃଷକମାନେ କୃଷି ଆଇନକୁ ବିରୋଧ କରି ସାରା ଦେଶରେ ଚକା ଜାମ ଆହ୍ୱାନ କରାଯାଇଛି। ଦିଲ୍ଲୀ -ଏନ ସି ଆର ରେ ୫୦,୦୦୦ ପୋଲିସ କର୍ମଚାରୀ ତଥା ପାରା ସାମରିକ ବାହିନୀ ନିୟୋଜିତ କରିବା ସହ କ୍ୟାମେରା ଏବଂ ଡ୍ରୋନ୍‌ ବ୍ୟବସ୍ଥା କରାଯାଇଛି। ବିଗତ ଦିନରେ ଘଟିଥିବା ଘଟଣାର ପୁନରାବୃତ୍ତି ନ ହେଉ ଏ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।