Odiapua.com

କ’ଣ ପାଇଁ ଟ୍ରୋଲ ହେଲେ କପିଲ

ନୂଆଦିଲ୍ଲୀ,୨୪/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଷ୍ଟାଣ୍ଡ୍ଅପ୍ କମେଡିଆନ୍ ତଥା ଅଭିନେତା କପିଲ୍ ଶର୍ମା କୌଣସି ନା କୌଣସି କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅନେକ ଥର ସୋସିଆଲ୍ ମିଡିଆରେ ନିଜ ମତାମତ ରଖି ଟ୍ରୋଲ୍ ମଧ୍ୟ ହୋଇଛନ୍ତି କପିଲ୍। ଗତ ଦୁଇ ଦିନ ତଳେ ବି ତାଙ୍କ ସହିତ ଏମିତି କିଛି ଘଟିଥିଲା। ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର୍ କରିଥିଲେ। ଏଥିରେ ସେ ପଞ୍ଜାବର ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ସାହାଯ୍ୟ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକ ତାଙ୍କୁ ଟ୍ରୋଲ୍ କରିଥିଲେ।

ଏଭଳି ଅପିଲ୍ କରି କପିଲ୍ କିଛି ଭୁଲ୍ କରି ନଥିଲେ ମଧ୍ୟ ଲୋକମାନେ ତାଙ୍କୁ କାହିଁକି ସମାଲୋଚନା କଲେ? ଲୋକଙ୍କ କହିବା କଥା ହେଲା, କପିଲ୍ କେବଳ ନିଜ ରାଜ୍ୟବାସୀଙ୍କ ପାଇଁ ଏଥିରେ ସାହାଯ୍ୟ ମାଗିଥିଲେ, ଯାହା ଠିକ୍ ନୁହେଁ। କାରଣ ପଞ୍ଜାବ ସହିତ ଆସାମ, ହରିୟାଣା, ମହାରାଷ୍ଟ୍ର ଓ କେରଳ ଆଦି ରାଜ୍ୟରେ ମଧ୍ୟ ବନ୍ୟା ହୋଇଛି। ସେଠିକାର ବନ୍ୟା କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ କରିବାକୁ କପିଲ୍ କିଛି କହି ନଥିଲେ।