Odiapua.com

କ’ଣ ପାଇଁ ଗିରଫ ହେଲେ ଚିଦାମ୍ବରମ

ନୂଆଦିଲ୍ଲୀ,୨୨/୦୮: INX ମିଡିଆ ମାମଲାରେ କେମିତି ଓ କାହିଁକି ସିବିଆଇ ପଞ୍ଝାକୁ ଆସିଲେ ପି. ଚିଦାମ୍ବରମ୍‌? ତାଙ୍କ ବିରୋଧରେ କଣ ରହିଛି ମାମଲା? କେଉଁ ତଥ୍ୟ ଆଧାରରେ ସିବିଆଇ ତାଙ୍କୁ ଗିରଫ କଲା? ଏମିତି ଅନେକ ପ୍ରଶ୍ନ ଉଠୁଛି। କୁହାଯାଉଛି, ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ବୟାନ ଆଧାରରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତଦନ୍ତ ପରିସରକୁ ଆସିଥିଲେ ଚିଦାମ୍ବରମ୍‌।

ଗତବର୍ଷ ଫେବ୍ରୁଆରୀ ୧୭ ତାରିଖରେ ସିବିଆଇ ପଚରାଉଚରା ବେଳେ ଇନ୍ଦ୍ରାଣୀଙ୍କୁ ପଚରାଉଚରା କରିଥିଲା। ସେତେବେଳେ ତଦନ୍ତକାରୀ ସଂସ୍ଥାକୁ ଇନ୍ଦ୍ରାଣୀ କହିଥିଲେ, ୨୦୦୬ ମସିହାରେ ସେତେବେଳର ଅର୍ଥମନ୍ତ୍ରୀ ଚିଦାମ୍ବରମଙ୍କୁ ନର୍ଥ ବ୍ଲକ ଅଫିସରେ ଭେଟିଥିଲେ ମୁଖାର୍ଜୀ ଦମ୍ପତ୍ତି।

ପୁଅ କାର୍ତ୍ତିକୁ ଭେଟିବା ପାଇଁ ସେମାନଙ୍କୁ କହିଥିଲେ ଚିଦାମ୍ବରମ। INX ମିଡିଆ ସପକ୍ଷରେ FIPB ମଞ୍ଜୁରୀ ପାଇଁ କାର୍ତ୍ତି ଓ ମୁଖାର୍ଜୀଙ୍କ ମଧ୍ୟରେ ୧ ନିୟୁତ ଡଲାର୍‌ ଲାଞ୍ଚ କାରବାର ହୋଇଥିଲା। ଏହି ମାମଲାରେ ଗତବର୍ଷ ଫେବ୍ରୁଆରୀରେ କାର୍ତ୍ତିଙ୍କୁ ବି ଗିରଫ କରିଥିଲା ସିବିଆଇ। ଇନ୍ଦ୍ରାଣୀଙ୍କ ବୟାନ ଚିଦାମ୍ବରମଙ୍କ ପାଇଁ କାଳ ହେଲା।