Odiapua.com

କଣ୍ଟିଘାଇ ବନ୍ୟା ବିପତ୍ତି ବିରୋଧରେ ନବନିର୍ମାଣ କୃଷକ ସଙ୍ଗଠନର ସମାବେଶ ଓ ଶପଥପାଠ

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ବୈତରଣୀ ନଦୀର କଣ୍ଟିଘାଇକୁ ବନ୍ଦ କରିବାକୁ ବ୍ୟାପକ ଜନଆନ୍ଦୋଳନ ଆରମ୍ଭ କରାଯିବ ବୋଲି ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ସୋମବାର କଣ୍ଟିଘାଇ ଠାରେ ଆୟୋଜିତ ସମାବେଶରେ ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି । ଅଧ୍ୟାପକ ଅନାଦି ଚରଣ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାବେଶରେ ଅବସରପ୍ରାପ୍ତ ଶିକ୍ଷକ ରାମଚନ୍ଦ୍ର ଦାସ, ଷୋଳମପୁର ସମିତି ସଭ୍ୟ ଖଗେଶ୍ୱର ଯେନା, ସ୍ଥାନୀୟ ଉତ୍ସାହୀ ମହିଳା ଶାନ୍ତିଲତା ଯେନା, ରାଣିଆ ଯେନା, ସଙ୍ଗଠନର ଚାନ୍ଦବାଲି ସଂଯୋଜକ କୃଷ୍ଣଚନ୍ଦ୍ର ବିଶ୍ୱାଳ, କୃଷକ ନେତା ଲମ୍ବୋଦର ପାତ୍ର, ତିହିଡି ସଂଯୋଜକ ଗଗନ ବିହାରୀ ମହାନ୍ତି, କୃଷକ ନେତା ପ୍ରଫୁଲ୍ଲ କୁମାର ପାଢ଼ୀ, ଭଦ୍ରକ ବ୍ଳକ ସଂଯୋଜକ ଆର୍ତ୍ତତ୍ରାଣ ତିୱାରୀ, ଯୁବଛାତ୍ର ସଂଗଠନ ସଂଯୋଜକ ମନୱର ଅଲ୍ଲୀ, ଯାଜପୁର ଜିଲ୍ଲା ସହ ସଂଯୋଜକ ଅଶୋକ ଶ୍ୟାନ୍ତି, ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ, କଣ୍ଟିଘାଇ ପ୍ରତିରୋଧ ସଂଗ୍ରାମ ସମିତି ଆବାହକ ସନ୍ତୋଷ ଦାସ ପ୍ରମୁଖ ବକ୍ତବ୍ୟ ରଖି କଣ୍ଟିଘାଇ ବନ୍ୟାରେ ତିହିଡି, ଚାନ୍ଦବାଳି, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକର ୭୦ରୁ ଅଧିକ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷ ସମ୍ପୁର୍ଣ୍ଣର୍ ନଷ୍ଟ ହୋଇଛି । ଏଥିପାଇର୍ ସରକାର ଏକର ପିଛା ପନ୍ଦର ହଜାର ଟଙ୍କା ଓ ଭାଗଚାଷୀଙ୍କ ପାଇଁ ସାଢ଼େ ସାତ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଥିଲେ । ଜନସାଧାରଣଙ୍କ ଧୈର୍ଯ୍ୟହରା ହୋଇଥିବାରୁ ସରକାର କଣ୍ଟଘାଇ ସମସ୍ୟାର ସମାଧାନରେ କାଳକ୍ଷେପଣ ନୀତି ଛାଡିବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । କଣ୍ଟିଘାଇର ଉଚ୍ଚତା ୫ମିଟର ବୃଦ୍ଧି କରି ଦୈର୍ଘ୍ୟ ମାତ୍ର ୧୭୦ ମିଟରରେ ସୀମିତ ରଖିବାକୁ ଦାବି କରିଥିଲେ । ଏହି ଦାବି ହାସଲ ପାଇଁ ଉପସ୍ଥିତ ଚାନ୍ଦବାଲି, ତିହିଡି, ଧାମନଗର ଓ ଭଣ୍ଡାରିପୋଖରୀ ବ୍ଳକର ଶହ ଶହ ଲୋକଙ୍କୁ ଶପଥପାଠ କରାଯାଇଥିଲା । ଅଗାମୀ ୨୨ ତାରିଖରେ ଚଣ୍ଡିଖୋଲ ଠାରେ କୋଡିଏ ହଜାର କୃଷକ ଉପଯୁକ୍ତ ବନ୍ୟା କ୍ଷତିପୂରଣ ପାଇଁ ରାଜପଥ ଅବରୋଧ କରିବେ ବୋଲି ସୂଚନା ଦିଆଯାଇଥିଲା । ଜାତିର ପିତା ମହତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସଭା ଆରମ୍ଭ କରାଯାଇଥିଲା । ଅତିଥି ପରିଚୟ ଜିଲ୍ଲା ସଂଯୋଜକ ସତ୍ୟରଞ୍ଜନ ନାୟକ, ସଂଗଠକ ତ୍ରିଲୋଚନ ନାୟକ ସ୍ୱାଗତ ଭାଷଣ ଓ ଭଣ୍ଡାରିପୋଖରୀ ସଂଯୋଜକ ବିବେକାନନ୍ଦ ଜେନା ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ପ୍ର।।ନ୍ତ ନାୟକ, ଗଗନ ଭୋଇ, ଗୋକୁଳାନନ୍ଦ ସାମଲ, ପ୍ରଶାନ୍ତ ନାୟକ, ଅଜୟ ଜେନା, ପ୍ରଦୀପ ସେନାପତି, ବିଜୟ ନାୟକ, ଦେବେନ୍ଦ୍ର ବାରିକ, ସନ୍ତୋଷ ଭାରତୀ, ରବିନ୍ଦ୍ର ସାହୁ, ଉପେନ୍ଦ୍ର ଶଙ୍ଖୁଆ ପ୍ରମୁଖ ସଂଗଠକମାନେ ପରିଚଳନା କରିଥିଲେ ।