Odiapua.com

କଣ୍ଟାବାଞ୍ଜି ଏନଏସିରେ ବ୍ୟାପକ ଦୁର୍ନୀତି ନେଇ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗୀର / କଣ୍ଟାବାଞ୍ଜି, ୧୩-୦୯(ଓଡ଼ିଆ ପୁଅ/ସନ୍ତୋଷ ନାୟକ) କଣ୍ଟାବାଞ୍ଜି ଏନଏସି ରେ ବିଭିନ୍ନ ଦୁର୍ନୀତି ହୋଇଥିବା ଅଭିଯୋଗ କରି ସୂଚନା ଅଧିକାର କର୍ମୀ ସୁରଥ ବେହେରା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହା ଶନିବାର ଦିନ ଅପରାହ୍ନରେ ସ୍ଥାନୀୟ ପୁର୍ତ୍ତ ବିଭାଗ ଡାକବଙ୍ଗଳାରେ ଏହି ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସୂଚନା ଅଧିକାର ଆଇନ ବଳରେ ମାଗିଥିବା ସୂଚନା ଅନୁଯାୟୀ ସ୍ଥାନୀୟ ସାପ୍ତାହିକ ବଜାର ଷ୍ଟଲ ଛାତ ଉପରେ କଂକ୍ରିଟକରଣ ମରାମତି ବିନା ଟେଂଡରରେ ପ୍ରାୟ ୩୬ ଲକ୍ଷ ଟଙ୍କାର କାମ ନିମ୍ନମାନର ହୋଇଥିବା ସେ କହିଛନ୍ତି। ବିନା ଟେଣ୍ଡରରେ କାମ ଯୋଗୁଁ ସରକାରଙ୍କୁ ପ୍ରାୟ ସାଢେ ଚାରି ଲକ୍ଷ ଟଙ୍କା କ୍ଷତି, ଟେଣ୍ଡର ପେପର କଷ୍ଟ ବାବଦଦକୁ ସରକାର ୧୪.୯୯ ଶତକଡା କ୍ଷତି ସହିବାକୁ ପଡିଛି। କୋଭିଡ-୧୯ରେ ମାସ୍କ, ପିପିକିଟ୍‌, ସାବୁନ, ଫିନାଇଲ, ବ୍ଲିଚିଙ୍ଗ ପାଉଡର, ବେଡ, ଗଦା ଇତ୍ୟାଦି କିଣାରେ ବାଟ ମାରଣା, ଡ୍ରେନ ତିଆରି କରିବାରେ ବାଟ ମାରଣା, ମହାବୀର ରେସିଡେନ୍ସି ପାଖରେ ଥିବା ଶ୍ୟାମଲାଲ ଅଗ୍ରୱାଲ ଘର ଠାରୁ ସଂଜୟ ଲାଠ ଘର ପର୍ଯ୍ୟନ୍ତ ଡ୍ରେନ୍‌ ତିଆରି ହୋଇଥିବା ସୂଚନା ଫଳକରେ ରହିଛି, କିନ୍ତୁ ଶ୍ୟାମଲାଲ ଅଗ୍ରୱାଲ ଘରଠାରୁ କାମ ଆରମ୍ଭ ନହୋଇ ଅନ୍ୟଠାରୁ କରାଯାଇଛି। ଥାନା ଛକଠାରୁ ଭଜନ ଛକ, କପଡା ଦୋକାନଠାରୁ ମହିଳା ମହାବିଦ୍ୟାଳୟ ଭଳି ଅନେକ ସ୍ଥାନକୁ ସଂଯୋଗ କରୁଥିବା ରାସ୍ତାର କଂକ୍ରିକ ସଡକକୁ ପିଚୁ କରାଯାଇଛି, ହେଲେ ସେଥିରେ ଥିବା ଥିକନେଓ ବହୁତ କମ ରହିଛି। ଏହିଭଳି ଅନେକ କାମରେ ବ୍ୟାପକ ଦୁର୍ନୀତି ହୋଇଥିବା ସୂଚନା ଗତ ତା- ୧୩-୭-୨୦୨୦ରେ ସଂପୃକ୍ତ ସୂଚନା ଅଧିକାର କର୍ମୀ ଏନଏସି ଙ୍କୁ ମାଗିଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟରେ ନ ଦେବାରୁ ପୁନଃ ୨୫-୮-୨୦୨୦ରେ ଆପିଲେଟ ଅଥିରିଟିଙ୍କୁ ମାଗିଥିଲେ। ତାପରେ ମଧ୍ୟ ସୂଚନା ନ ମିଳିବାରୁ ଏନଏସି ରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ଦର୍ଶାଇ ବେହେରା ଖବରାଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। କଂଟାବାଂଜି ନିର୍ବାଚନ ମଣ୍ଡଳୀରେ ବିରୋଧୀ ଦଳ ବିଧାୟକ ଥିବା ବେଳେ ତଥା ଶାସକ ଦଳର ପୂର୍ବତନ ବିଧାୟକ ଓ ନେତାମାନେ ଦୁର୍ନୀତି ଉପରେ କାହିଁକି ସ୍ୱର ଉତ୍ତୋଳନ କରୁ ନାହାନ୍ତି ବୋଲି ମଧ୍ୟ ସେ କହିଛନ୍ତି।