୫୩ ନମ୍ବର ଜାତୀୟ ରାଜପଥକୁ ଦୁଇ ଲେନ୍ କରିବାକୁ ପାଇଁ ୧୭୪ କୋଟି ଟଙ୍କା ମଞ୍ଜୁରୀକୁ ସ୍ୱାଗତ
ତାଳଚେର, ୧୭/୧ (ଓଡ଼ିଆ ପୁଅ/ଅଜିତ ବେହେରା) : ଅନୁଗୋଳ ଜିଲ୍ଲା ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କରିବା ସହ ଏହାକୁ ଦୁଇ ଲେନ୍ ବିଶିଷ୍ଟ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଅନୁଗୋଳ ଜିଲ୍ଲା ଏନଏଚ-୫୩ ରେ ରେଙ୍ଗାଲି, ବଜ୍ରକୋଟ ଏବଂ ଟାକୁଆରେ ତିନୋଟି ବାଇପାସ ସହ ଜାତୀୟ ରାଜପଥର ସମ୍ପ୍ରସାରଣ ଏବଂ ଦୁଇ ଲେନ୍ କରିବା ପାଇଁ ୧୭୪.୨୧୫ କୋଟି ଟଙ୍କା ଅନୁମୋଦନ କରାଯାଇଛି।ଏହାକୁ ନେଇ କଣିହାଁ ପଂଚାୟତବାସୀଙ୍କ ତରଫରୁ ଏବଂ ବିଜେପି କଣିହାଁ ମଣ୍ଡଳ ତରଫରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଯାଇଛି। ଆଜି ମଙ୍ଗଳବାର ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲଙ୍କ ଉପସ୍ଥିତିରେ ବିଜେପି ଏବଂ ପଂଚାୟତ ବାସୀଙ୍କ ତରଫରୁ ବିଜେପି କଣିହାଁ ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକ ଏବଂ କଣିହାଁ ପଂଚାୟତ ସଭାପତି ମନୋଜ ପ୍ରଧାନ ୫୩ ନମ୍ବର ଜାତୀୟ ରାଜପଥର ଉନ୍ନତିକରଣ ପାଇଁ କୃତଜ୍ଞତା ଜଣାଇଛନ୍ତି ଏବଂ କଣିହାଁ ଠାରେ ଉକ୍ତ ରାଜପଥରେ ବାଇପାସ ରାସ୍ତା ନିର୍ମାଣ କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
କଣିହାଁ ପଂଚାୟତ ଓ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବାଇପାସ ରାସ୍ତା ପାଇଁ ଦାବିପତ୍ର
