Odiapua.com

କଣାସ ବ୍ଲକରେ ବନ୍ୟା ପରିସ୍ଥିତି ଅସମ୍ଭାଳ

ନିରାକାରପୁର ୨୦.୮ (ଓଡ଼ିଆ ପୁଅ/କପିଳେଶ୍ଵର ସିଂହ) : କଣାସ ବ୍ଲକ୍ ଆଜି ଲଗାଣ ଲଘୁଚାପ ଜନିତ ବର୍ଷା ଯୋଗୁଁ କଣାସ ବ୍ଲକର ଦୋକନ୍ଦା ଗ୍ରାମ ପଂଚାୟତର ସବଳଙ୍ଗ ଗ୍ରାମ ପାଣି ଘେରରେ। ଅନେକ ସ୍ଥାନ ଜଳମଗ୍ନ। ଗ୍ରାମର ସ୍କୁଲ୍ ମା ନାରାୟଣୀ ମନ୍ଦିର ଜଳମଗ୍ନ ହୋଇ ଯାଇଛି। ଅନେକ ସ୍ଥାନରେ ରାସ୍ତା ଭୁଷୁଡି ପଡିଛି। ତେନ୍ତୁଳିମୂଳ ଗ୍ରାମର ଲୋକମାନେ ମଧ୍ୟ ଜଳମଗ୍ନ ଓ ପାଣି ଘେରରେ ଅଛନ୍ତି। ସବଳଙ୍ଗର ହଳଦୀ ପୋଖରୀ, ଠାକୁରାଣୀ ମନ୍ଦିର, ଜଳ ମଗ୍ନ ହୋଇ ରହିଛି। ଆଜି କଣାସ ବ୍ଲକର ବିଡିଓ, ତହସିଲଦାର, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଦୋକନ୍ଦା ଗ୍ରମ ପଂଚାୟତର ସରପଂଚ ଈଶ୍ୱର ହରିଚନ୍ଦନ ବନ୍ୟା ଅଂଚଳ ପରିଦର୍ଶନ କରି ଘାଇ ହୋଇଥିବା ସ୍ଥାନରେ ତୁରନ୍ତ ବନ୍ଧ ନିର୍ମାଣ ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଡିଓ, ତହସିଲଦାର ବାଲି, ବଲ୍ଲା, ମୋରମ ଆଦିର ବ୍ୟବସ୍ଥା କରାଇ ବନ୍ଧ ନିର୍ମାଣ କାର୍ଯ୍ୟ ସବଳଙ୍ଗ ଓ ତେନ୍ତୁଳି ମୂଳ ଗ୍ରାମ ଲୋକଙ୍କ ସାହାଯ୍ୟରେ ଆରମ୍ଭ କରିଥିବାର ଜଣାପଡିଛି।