Odiapua.com

କଡ଼ା ସୁରକ୍ଷାମଧ୍ୟରେ ମାଲକାନଗିରି ଜିଲ୍ଲାରେ ୭୬ ତମ ସ୍ଵାଧୀନତା ଦିବସ ପାଳନ, ସ୍ଵାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଭୂମିକା ଗୁରତ୍ବପୂର୍ଣ୍ଣ

ମାଲକାନଗିରି, ୧୫-୮ (ଓଡ଼ିଆ ପୁଅ) ସମଗ୍ର ଦେଶ ସ୍ଵାଧୀନତାର ଅମୃତକା ମହୋତ୍ସବ ପାଳୁଥିବା ବେଳେ ସେଥିରୁ ବାଦପଡ଼ିନାହିଁ ଆଦିବାସି ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା। କଡ଼ା ପୋଲିସ ସୁରକ୍ଷା ଓ କୋଭିଡ୍ କଟକଣା ବ୍ୟବସ୍ଥା ମଧ୍ୟରେ ମାଲକାନଗିରି ଜିଲ୍ଲା ଦଣ୍ଡକାରଣ୍ୟ ପ୍ୟାରେଡ ପଡିଆ ଠାରେ ୭୬ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଯେଉଁ ମହାନ ମାନବ, ବରପୁତ୍ର ନିଜର ଅସୀମତ୍ୟାଗ, ଆତ୍ମବଳୀ ପ୍ରତିଦାନରେ ଆମପାଇଁ ସ୍ଵାଧୀନ ଅଣି ଭାରତକୁ ଏକ ସାର୍ବଭୌମ, ଗଣତାନ୍ତ୍ରୀକ ରାଷ୍ଟ୍ରରେ ପରିଣତ କରିଛନ୍ତି ସେମାନେ ଆମର ଏବେ ବି ଚୀର ସ୍ମରଣୀୟ। ଭିନ୍ନତା ମଧ୍ୟରେ ଏକତା ଆମ ଦେଶର ପରିଚୟ, ଅନେକ ଜାତି, ଭାଷା, ଧର୍ମ, ବିଶ୍ବାସ, ସଂସ୍କୃତି, ପମ୍ପରାକୁ ଆମେ ବଜାଇରଖିବା। ମାଲକାନଗିରି ଜିଲ୍ଲାହେଉଛି ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ମାଟି, ସେ ଦେଶକୁ ଇଂରେଜଙ୍କ କବଳରୁ ଉଦ୍ଧାର କରିବା ପାଇଁ ଶହୀଦ ହୋଇଗଲେ, ଏହି ମାଟିରେ ଅନେକ ସଂଗ୍ରାମୀଙ୍କର ରକ୍ତ ପ୍ରଭାବିତି ହେଉଛି, ଜିଲ୍ଲା ଆଗକୁ ଯିବାକୁ ହେଲେ ସମସ୍ତଙ୍କର ସହଯୋଗର ହାତ ଦରକାର ବୋଲି ସ୍ଥାନିୟ ଦଣ୍ଡକାରଣ୍ୟ ମଇଦାନ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସ୍ଵାଧୀନତାଦିବସ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରଂଜନ ଦାଶ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ ସହ ସମବେତ ଜନତାଙ୍କୁ ସମ୍ବୋଧନ କରିଥିଲେ। ଭାରତର ସ୍ୱାଧିନତା ପ୍ରାପ୍ତି ବିଶାଳ ଇତିହାସରେ ଏକ ଉଲ୍ଲେଖନୀୟ ଘଟଣା, ମୁକ୍ତି କାମୀ ଲକ୍ଷ ଲକ୍ଷ ସଂଗ୍ରାମୀଙ୍କ ଆନ୍ଦୋଳନ ସହିତ ସ୍ଵାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିଲା, ସେଥିମଧ୍ୟରୁ ଶହିଦ ଲକ୍ଷ୍ମଣ ନାୟକ, ତାମାଦୋରାଙ୍କ ପରି ଅନେକ ସଂଗ୍ରମୀ ବଳିପଡିଛନ୍ତି। ତାଙ୍କୁ ମନେପକାଇ ଆମେ ତାଙ୍କ ସ୍ମୃତିଚାରଣ କରିବା ଦରକାର, ହିଂସାକୁ ପରିହାର କରି ନୂତନ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ସମସ୍ତେ ମିଳି ମିଶି କାମକରିବା ଆବଶ୍ୟକ ବୋଲି ମୁଖ୍ୟଅତିଥି କହିଥିଲେ।

କୋଭିଡ କଟକଣା ପାଇଁ ଚଳିତବର୍ଷ ପ୍ୟାରେଡରେ କେବଳ ଆରକ୍ଷୀ ବାହିନୀ ଓ ପୁଲିସର ବ୍ୟାଣ୍ଡ ପାର୍ଟି ଦଳ ଭାଗ ନେଇଥିଲେ। ଏହି ଅବସରରେ ମାଟ୍ରିକ ଓ ଯୁକ୍ତ ଦୁଇ ଟପର ଛାତ୍ର ଛାତ୍ରୀ, କୋଭିଡ ଯୋଦ୍ଧା, ଡାକ୍ତର, ସ୍ଵାସ୍ଥ୍ୟ କର୍ମୀ, ପୁଲିସ କର୍ମଚାରୀଙ୍କୁ ସମ୍ମାନିତ କରିବା ସହିତ ପୂର୍ବରୁ ଆତ୍ମସମର୍ପଣ କରିଥିବା ୧୨ ଜଣ ମହିଳା ମାଓବାଦୀଙ୍କୁ ଜିଲ୍ଲା ପ୍ରସାଶନ ପକ୍ଷରୁ ବିଭିନ୍ନ ଆଶ୍ରମ ବିଦ୍ୟାଳୟ ଗୁଡିକରେ ରୋଷେୟାଜି ପଦବୀରେ ନିଯୁକ୍ତି ପତ୍ର ମନ୍ତ୍ରୀ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଶାଲ ସିଂ, ଏସପି ନିତେଶ ଔଧାନୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ତାଙ୍ଗୁଲ, ପିଡି ଡିଆରଡିଏ ବାଳମୁକୁନ୍ଦ ଭୂୟାଁ, ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ପ୍ରମୁଖ ଜିଲ୍ଲା ସ୍ତରୀୟ ଅଧିକାରୀ, ବରିଷ୍ଟ ନାଗରିକ, ସାମ୍ବାଦିକ, ବୁଦ୍ଧିଜିବୀ, ଶିକ୍ଷାବିତ, ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିଲେ। ଜିଲ୍ଲା ସୂଚନା ଲୋକସଂପର୍କ ଅଧିକାରୀ ଜୋସ୍ନାମୟୀ ଆଚାର୍ଯ୍ୟ ମବଂ ପରିଚାଳନା କରିଥିବା ବେଳେ ରିଜର୍ଭ ପୁଲିସ ଇନିସପେକ୍ଟର ପ୍ୟାରେଡ୍ ପରିଚାଳନା କରିଥିଲେ। ସ୍ଵାଧୀନତା ଦିବସ ଅବସରରେ ପ୍ୟାରେଡ ସ୍ଥଳରେ ବ୍ୟାପକ କଡ଼ା ପୋଲିସ ସୁରକ୍ଷା ସହିତ ସୀମାସୁରକ୍ଷା ବାହିନିଙ୍କୁ ମୁତୟନ କରାଯାଇଥିଲା, ପ୍ୟାରେଡ ସରିବା ପରେ ମୁଖ୍ୟଅତିଥି ଜିଲ୍ଲା ହସପିଟାଲ ପରିଦର୍ଶନ କରି ରୋଗିମାନଙ୍କୁ ମିଷ୍ଠାନ ଓ ଫଳ ବନ କରିଥିଲେ। ଅନୁରୂପ ଚିତ୍ରକୋଣ୍ଡା ସ୍ଵାଭିମାନ ଅଂଚଳ ଓ ବଣ୍ଡାଘାଟି, ମହୁପଦର, ସାଲିମ ମାଓଗଡରେ ବିଏସଏଫ ଯବାନ ଓ ଗ୍ରାମବାସୀ ଙ୍କ ପକ୍ଷରୁ ସ୍ବାଧିନତା ଦିବସ ପାଳନ କରା ଯାଇ ଜାତୀୟ ପତାକା ଉତୋଳନ କରିଥିଲେ।