Odiapua.com

କଟକ ସହରାଞ୍ଚଳ ପୋଲିସ ପକ୍ଷରୁ ସାଇବର ସୁରକ୍ଷା ପାଇଁ ସଚେତନତା

କଟକ, ୨୬/୧୦ (ଓଡ଼ିଆ ପୁଅ/ଅଭୟ ଜେନା) କଟକ କନ୍ଦରପୁର ଥାନା ତତ୍ତ୍ଵାବଧାନରେ ସିନିୟର ସିଟିଜନମାନଙ୍କ ପାଇଁ ଏକ ସାଇବର ଆୱାରନେସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବର୍ତ୍ତମାନ ସମୟରେ ମନୁଷ୍ୟ ତାର କାର୍ଯ୍ୟ ଭାର କମାଇବା ପାଇଁ ଟେକ୍ନୋଲୋଜି ଉପରେ ନିର୍ଭର କରୁଛି। ସମସ୍ତ ଜରୁରୀ କାର୍ଯ୍ୟ ଇଣ୍ଟରନେଟ ଓ କମ୍ପ୍ୟୁଟର ମାଧ୍ୟମରେ ଖୁବ କମ ସମୟରେ ହୋଇପାରୁଛି।

ସବୁଠାରୁ ବଡ଼ କଥା ହେଲା ଏହି ସମୟରେ ଆମେମାନେ ବିଶେଷ ସାବଧାନତା ଅବଲମ୍ବନ କରିବା ଦରକାର। ଟିକେ ସତର୍କତା ଅବଲମ୍ବନ ନ କଲେ ସାଇବର ଅପରାଧୀଙ୍କ ଠକାମିର ଶିକାର ହେବାକୁ ପଡିବ। ଆମେ କିପରି ସାଇବର ଠକାମୀର ଶିକାର ନ ହେବା ସେଥିପାଇଁ ଆଜି କଟକ ସହରାଞ୍ଚଳ ପୁଲିସ ଜିଲ୍ଲାର ସାଇବର ସେଲ ଅଧିକାରିଣୀ ଇନ୍ସପେକ୍ଟର ରେଣୁବାଳା ତ୍ରିପାଠୀ ଓ କନ୍ଦରପୁର ଥାନା ଅଧିକାରୀ ବିପିନ ବିହାରୀ ହୋତା, ସାଇବର ସୁରକ୍ଷା ପାଇଁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରାଇଥିଲେ।

ଏହି ସଚେତନତା କାଯ୍ୟକ୍ରମରେ କନ୍ଦରପୁର ଅଞ୍ଚଳର ବହୁ ବରିଷ୍ଠ ନାଗରିକ ଉପସ୍ଥିତ ରହିଥିଲେ। ବରିଷ୍ଠ ନାଗରିକମାନେ ସାଇବର ଉପରେ ଅଧିକ ଜାଣିବା ପାଇଁ ସାଇବର ସେଲ ଅଧିକାରୀଙ୍କୁ ପ୍ରଶ୍ନ କରି ଅଧିକ ସଚେତନ ହୋଇଥିଲେ।