Odiapua.com

କଟକ ସହରର ବିଭିନ୍ନ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନରେ ଏଣିକି ନଜର ରଖିବ ସି ସି ଟି ଭି

କଟକ, ୨୬/୮ (ଓଡ଼ିଆ ପୁଅ/ ଅଭୟ ଜେନା) ଅପରାଧୀମାନଙ୍କ ଗତିବିଧିକୁ ନଜର ରଖିବା ଓ ଅପରାଧ ଉପରେ ନିୟନ୍ତ୍ରଣ ରଖିବା ପାଇଁ କଟକ କମିଶନରେଟ ପୋଲିସ ଓ କଟକର ବିଭିନ୍ନ ପୂଜା କମିଟି ଓ କିଛି ବ୍ୟବସାୟିକ ଅନୁଷ୍ଠାନର ସହଭାଗିତାରେ କଟକର ବିଭିନ୍ନ ସ୍ଥାନରେ ଲାଗିଲା ସିସିଟିଭି। ଏହି କ୍ରମରେ କଟକର ହାୱାର୍ଡ଼ ମୋଟର୍ସ, ଏସ ସି ବି ମେଡ଼ିକାଲ, ବଜ୍ରକବାଟି ଓ ପଟାପୋଲ ଛକରେ ସିସିଟିଭି ଲଗାଇଛି କମିଶନରେଟ ପୋଲିସ। ବର୍ତ୍ତମାନ ସୁଦ୍ଧା କଟକ ସହରରେ ୨୦୦ ରୁ ଅଧିକ ସିସିଟିଭି ଲାଗି ସାରିଛି।। ଏହାସହ ଆଗକୁ ଦୁର୍ଗାପୂଜା ହେବାକୁ ଥିଲା ବେଳେ ତା ପୂର୍ବରୁ ସହର ରେ ୫୦୦ ସିସିଟିଭି ଲଗାଇବା ପାଇଁ ଯୋଜନା ରଖିଛି କମିଶନରେଟ ପୋଲିସ। କାରଣ ଦୁର୍ଗା ପୂଜା ସମୟରେ ବିଶେଷ ଭାବରେ ଅପରାଧ ବୃଦ୍ଧି ପାଇଥାଏ। ତେବେ ଏହି ଦିଗ ଉପରେ ରୋକ ଲଗାଇବା ପାଇଁ ଏହି ପ୍ରୟାସ ଆରମ୍ଭ ହୋଇଛି ବୋଲି କହିଛନ୍ତି କଟକ ଡିସିପି ପିନାକ ମିଶ୍ର।