Odiapua.com

କଟକ ରେ ଚାଞ୍ଚଲ୍ୟ : ଛୋଟ ପୁଅକୁ ହତ୍ୟା ପରେ ମାଆର ଆତ୍ମହତ୍ୟା

କଟକ :୧୬/୧ (ଓଡ଼ିଆ ପୁଅ/ ଅଭୟ ଜେନା) ଆଜି କଟକରେ ଘଟିଛି ଏକ ଅଭାବନୀୟ ଘଟଣା। ଦୁଇ ବର୍ଷର ନିଷ୍ପାପ ଶିଶୁ ପୁତ୍ରକୁ ମା ହତ୍ୟାକରି ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି। ଏପରି ଘଟଣା ଘଟିଛି କଟକର ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମନଗର ବସ୍ତିରେ। ବନ୍ଦ ଘରୁ ଜଣେ ମାଆ ଓ ପୁଅର ମୃତ ଦେହ ଉଦ୍ଧାର ହୋଇଛି। ତେବେ ଘର ଭିତରୁ ମା ର ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ପୁଅର ତଣ୍ଟି କଟା ହୋଇଥିବା ସୂଚନା ମିଳିଛି। ଉକ୍ତ ଘରେ ଅନ୍ୟ କେହି ନଥିବାରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ସୂଚନା ଅନୁଯାଇ, ମୃତା ମହିଳା ସନ୍ତୋଷ ଖୁଣ୍ଟିଆଙ୍କ ଦ୍ୱିତୀୟ ପତ୍ନୀ ଶିଳ୍ପା ଖୁଣ୍ଟିଆ।

ଏହି ଘଟଣା ସମ୍ପର୍କରେ ମଧୁପାଟଣାଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତକୁ ଜୋରଦାର କରିଛି।