Odiapua.com

କଟକ ମଣ୍ଡଳ ପ୍ରଧାନ ଡାକଘରେ ଡାକ ଟିକେଟ ପ୍ରଦର୍ଶନୀ

ଭୁବନେଶ୍ୱର/କଟକ୧ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)୧୫୦ତମ ଗାନ୍ଧି ଜୟନ୍ତୀ ଅବସରରେ କଟକ ନଗର ମଣ୍ଡଳ ଦ୍ୱାରା ପ୍ରଧାନ ଡାକଘର ଅଧୀନସ୍ଥ ଡାକ ଟିକେଟ ସଂଗ୍ରହାଳୟରେ ଏକ ସ୍ୱତନ୍ତ୍ର ଡାକ ଟିକେଟ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶିକ୍ଷା ବିଭାଗର ପୂର୍ବତନ ନିର୍ଦ୍ଦେଶକ ଡଃ ରଜତ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉକ୍ତ ପ୍ରଦର୍ଶନୀକୁ ଉଦ୍ ଘାଟନ କରିଥିଲେ । ଗାନ୍ଧି ଜୟନ୍ତୀର ୧୫୦ତମ ଜନ୍ମ ଦିବସ ଅବସରରେ ଏକ ନୂତନ ଧରଣର ଛବିଳ ପୋଷ୍ଟକାର୍ଡ ଉନ୍ମୋଚିତ ହୋଇଥିଲା । କଟକ ନଗର ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ସୁଶ୍ରୀ ସୁଚିସ୍ମିତା ସ୍ୱାଇଁ ଉକ୍ତ ପ୍ରଦର୍ଶନୀରେ ସଭା ପରିଚାଳନା କରିଥିଲେ । ଏହି ଅବସରରେ ବିଗତ ଏକ ବର୍ଷ ମଧ୍ୟରେ ଡାକ ବିଭାଗର ଉନ୍ନତିିକରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡାକ କର୍ମଚାରୀ, ଡାକ ଟିକେଟ ରୂପାଙ୍କନ ଏବଂ କୁଇଜ୍ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଏବଂ ଡାକ ଟିକେଟ ସଂଗ୍ରହକାରୀଙ୍କୁ ପୁରସ୍କୃତ କରାଯାଇଥିଲା । କଟକ ଜିପିଓର ବରିଷ୍ଠ ଡାକପାଳ ମହମ୍ମଦ ଏସ୍.କେ. ନୋମାନ ଧନ୍ୟବାଦ ଦେଇଥିଲେ ।