Odiapua.com

କଟକ ପୋଲିସ ମୁଖ୍ୟାଳୟରେ ୬୨ ତମ ରାଜ୍ୟ ସ୍ତରୀୟ ପୋଲିସ ସହିଦ ଦିବସ ପାଳିତ

କଟକ, ୨୧/୧୦ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଠାରେ ପୋଲିସ ମୁଖ୍ୟାଳୟ ରେ ୬୨ ତମ ରାଜ୍ୟ ସ୍ତରୀୟ ପୋଲିସ ସହିଦ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ମୁଖ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ଅଭୟ ଯୋଗ ଦେଇ ଦେଶରେ ପ୍ରାଣ ବଳି ଦେଇଥିବା ସହିଦ ଆରକ୍ଷୀମାନଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ସହିଦମାନଙ୍କର ପରିବାର ପ୍ରତି ମହାନିର୍ଦେଶକ ଶ୍ରୀ ଅଭୟ ସମବେଦନା ଜ୍ଞାପନ କରିଛନ୍ତି। ବୀର ସହିଦମାନଙ୍କପାଇଁ ଆରକ୍ଷୀ ବାହିନୀ ପକ୍ଷରୁ ଶୋକ, ଶସ୍ତ୍ର ପ୍ରଦର୍ଶନ ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଓଡିଶା ପୋଲିସର କରୋନାରେ ସହିଦ ହୋଇଥିବା ୨୨ ଜଣ କରୋନା ଯୋଦ୍ଧାଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ପୋଲିସ ଅଧିକାରୀ ସହିଦ ସ୍ମାରକୀରେ ପୁଷ୍ପ ଗୁଚ୍ଛ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।