Odiapua.com

କଟକ ଜିଲ୍ଲା ଜନାର୍ଦ୍ଦନପୁରରେ ପ୍ରସିଦ୍ଧ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ

କଟକ : ୦୭/୦୫ (ଓଡ଼ିଆ ପୁଅ/ଅଭୟ ଜେନା) ଓଡିଶାର ପ୍ରସିଦ୍ଧ କଟକ ଜିଲ୍ଲା ଜନାର୍ଦ୍ଦନପୁର ଶନିଶ୍ଚରଙ୍କ ପୀଠରେ ଶନିଶ୍ଚର ମହାଯଜ୍ଞ ଓ ଜଳାଭିଷେକ, ଶନିଶ୍ଚର ମେଳା ଓ ଯାତ୍ରା ଅନୁଷ୍ଠିତ ହେଉଛି। ଗତ ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁଁ ଏହା ବନ୍ଦ ରହି ଥିବା ବେଳେ ଚଳିତବର୍ଷ ଶନିଶ୍ଚର ମହାଯଜ୍ଞ ଓ ଯାତ୍ରା ଭକ୍ତି, ଶ୍ରଦ୍ଧା ଓ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହେଉଥିବାରୁ ଭକ୍ତ ଓ ଆୟୋଜକମାନଙ୍କ ମଧ୍ୟରେ ସନ୍ତୋଷ ପ୍ରକାଶ ପାଇଛି। ପ୍ରତିବର୍ଷ ଏହି ଦିନରେ ଶନିଶ୍ଚରଙ୍କ ପୀଠକୁ ଓଡିଶାର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ। ଭକ୍ତମାନେ ନିଜର ମନୋବାଞ୍ଛା ପୂରଣ ନିମନ୍ତେ ଚିତ୍ରୋତ୍ପଳା ନଦୀରୁ କଳସୀରେ ଜଳଆଣି ଶନିଦେବଙ୍କ ମସ୍ତକରେ ଢାଳି ଜଳାଭିଷେକ କରିଥାନ୍ତି। ଏହି ଉପଲକ୍ଷେ ଏଠାରେ ବଡ଼ ଧରଣର ଯାତ୍ରା ଓ ମେଳା ଅନୁଷ୍ଠିତ ହେଉଅଛି। ବହୁ ସଂଖ୍ୟାରେ ଦୋକାନ ବଜାର ଖୋଲାଯାଇ କିଣା ବିକା ହେଉଛି। ପୀଠରେ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କ ଦ୍ୱାରା ଭଜନ ସଂକୀର୍ତ୍ତନ ଅନୁଷ୍ଠିତହେଉଛି। ବିଭିନ୍ନ ଅପେରା ଦଳ ପକ୍ଷରୁ ଯାତ୍ରା ପରିବେଷଣ ତଥା ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କାରାଯାଇଛି।