Odiapua.com

କଟକ ଜିଲ୍ଲାପାଳଙ୍କ ପିତୃ ବିୟୋଗରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ : କରୋନା ସମୟରେ ପିତୃ ବିୟୋଗ ସହ ଜିଲ୍ଲାପାଳଙ୍କ କାର୍ଯ୍ୟ ଓଡ଼ିଶାବାସୀଙ୍କ ପାଇଁ ପ୍ରେରଣାଦାୟୀ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ଏପ୍ରିଲ ୦୭ (ଓଡ଼ିଆ ପୁଅ) – କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ପିତୃ ବିୟୋଗ ଖବରରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ଜିଲ୍ଲାପାଳଙ୍କ ସହ ଫୋନରେ କଥା ହେବା ସହ ତାଙ୍କୁ ସାନ୍ତନା ଜଣାଇଛନ୍ତି। ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ପିତୃ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ତାଙ୍କ ସହିତ ଫୋନରେ କଥା ହୋଇ ସାନ୍ୱନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କଲି। କରୋନା ଆକ୍ରମଣ ଭଳି ଆହ୍ବାନମୂଳକ ସମୟରେ ଶ୍ରୀ ଚଇନୀ ପିତୃ ବିୟୋଗ ପରେ ମଧ୍ୟ କାର୍ଯ୍ୟରୁ ବିରତ ନହୋଇ ଯେପରି ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରୁଛନ୍ତି, ତାହା ନିଶ୍ଚିତ ଭାବେ ଓଡ଼ିଶାବାସୀଙ୍କ ପାଇଁ ପ୍ରେରଣାଦାୟୀ ହେବ।