Odiapua.com

କଟକ ଜଳବନ୍ଦୀ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କଲେ ମେୟର ସୁବାଷ ସିଂହ

କଟକ, ୧୪/୮ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜଳବନ୍ଦୀ ସମସ୍ୟାର ମୁକାବିଲା କରିବାକୁ କଟକ ମହାନଗର ନିଗମ ପୂର୍ଣ୍ଣ ପ୍ରସ୍ତୁତ ବୋଲି ମେୟର ସୁବାସ ସିଂହ କହିଛନ୍ତି।

ବଜ୍ରକବାଟି ରୋଡ ସ୍ଥିତ ମୁଖ୍ୟ ବକ୍ସ ଡ୍ରେନର ଜଳ ନିଷ୍କାସନ କ୍ଷମତାକୁ ପରଖିଲେ ମେୟର ସୁବାସ ସିଂହ ଓ କମିଶନର ନିଖିଳ ପବନ କୁମାର। ବର୍ଷାକୁ ଆଖି ଆଗରେ ରଖି, ବର୍ଷା ଜଳ ନିଷ୍କାସନର ସ୍ତିତି ଦେଖିବାକୁ କଟକ ମହାନଗର ନିଗମ ର ମେୟର ସୁବାସ ସିଂହ ଓ କମିଶନର ନିଖିଳ ପବନ କୁମାର ସକାଳୁ ସକାଳୁ ପ୍ରବଳ ବର୍ଷା ସତ୍ୱେ ପହଂଚିଥିଲେ ବଜ୍ରକବାଟି ରୋଡ ସ୍ତିତ ମୁଖ୍ୟ ବକ୍ସ ଡ୍ରେନ ନିକଟରେ। ଜଳ ନିଷ୍କାସନ ସମୟରେ ଜଳ ସ୍ରୋତର ପ୍ରତିରୋଧକୁ ପରଖିଥିଲେ ଏବଂ ଯେ ସି ବି ଲଗାଇ ଅଳିଆ ଆବର୍ଜନା କୁ କଢ଼ାଯିବା ସହ ସେଠାରେ ଦିନକୁ ତିନି ଧାରା ଯେ ସି ବି ଦ୍ୱାରା ଅଳିଆ ଆବର୍ଜନା କୁ କଢ଼ାଯିବା କୁ ସ୍ଥିର କରାଗଲା।

ବଜ୍ରକବାଟି ରୋଡ ସ୍ତିତ ମୁଖ୍ୟ ବକ୍ସ ଡ୍ରେନ ର ଜଳ ନିଷ୍କାସନ ର ସ୍ତିତି ପରଖିବା ପରେ ଉଭୟ ମେୟର ଏବଂ କମିଶନର ଖାନନଗର ସ୍ତିତ ମୁଖ୍ୟ ଜଳ ନିଷ୍କାସନ ଦ୍ୱାର ପହଂଚିଥିଲେ। ସେଠାରେ ନଦୀର ଜଳ ସ୍ତର ଡ୍ରେନ ଜଳ ସ୍ତର ଠାରୁ ଉପରେ ପ୍ରବାହିତ ହେଉଥିବାରୁ, ଖାନ ନଗର ମୁଖ୍ୟ ଡ୍ରେନର ନଦୀକୁ ସଂଯୋଗ କରୁଥିବା ମୁଖ୍ୟ ଗେଟ ବନ୍ଦ କରାଗଲା। ଗେଟ ବନ୍ଦ ପରେ ଜଳ ନିଷ୍କାସନ କରିବାକୁ ୮୮୦ ଏଚ ପି କ୍ଷମତା ବିଶିଷ୍ଟ ଗୋଟିଏ ମୋଟର ଓ ୫୪୦ ଏଚ ପି କ୍ଷମତା ବିଶିଷ୍ଟ ୨ଟି ମୋଟର ମାଧ୍ୟମରେ ଜଳ ନିଷ୍କାସନ ହେବା ପାଇଁ ସମସ୍ତ ଵେବସ୍ତା କୁ ବୁଲି ଦେଖିଥିଲେ ମେୟର ଓ କମିଶନର, ଯେପରିକି ନଦୀର ଜଳ ସହର କୁ ପ୍ରବେଶ କରିନପାରିବ।

ସେଠାରୁ ସମସ୍ତ ଅଧିକାରୀ ମାତୃଭାଵନ ନିକଟସ୍ଥ ମୁଖ୍ୟ ଡ୍ରେନର ଗେଟ କୁ ମଧ୍ୟ ଉଭୟ ମେୟର କମିଶନର ପରଖିଥିଲେ। ଏହି କାର୍ଯ୍ୟକ୍ରମରେ ମେଡ ସୁବାସ ସିଂହ ଓ କମିଶନର ନିଖିଳ ପବନ କୁମାର ଙ୍କ ବ୍ୟତୀତ ୱାର୍ଡ ନ ୩୧ କର୍ପୋରେଟର ପଦ୍ମିନୀ ସାହୁ, ୱାର୍ଡ ନ ୨୫ କର୍ପୋରେଟର ପ୍ରଦୀପ ସାହୁ, ୱାର୍ଡ ନ ୨୨ କର୍ପୋରେଟର ଚନ୍ଦନ ଜେନା, ୱାର୍ଡ ନ ୩୭ କର୍ପୋରେଟର ଯତୀନ ବେହେରା, ୱାର୍ଡ ନ ୪୫ କର୍ପୋରେଟର ଗୋପାଳ ବେହେରା, କଟକ ମହାନଗର ନିଗମ ର ମୁଖ୍ୟ ଯନ୍ତ୍ରୀ ଡି ଆର ତ୍ରିପାଠୀ, ଡେପୁଟି କମିଶନେର ଅଜୟ ମହାନ୍ତି, ଇଂ ସୁପ୍ରଭା ସେନାପତି, ନରେନ୍ଦ୍ର ପିଣ୍ଟୁ ରାୟ, ଜାଇକା ର ମୁଖ୍ୟ ଯନ୍ତ୍ରୀ, ରାଜୀବ ମହାନ୍ତି, ଦେବେନ୍ଦ୍ର ପାଣିଗ୍ରାହୀ, ଇତ୍ୟାଦି ସହଯୋଗ କରିଥିଲେ।